Latest Odisha News

BREAKING NEWS

ବାରବାଟୀରେ ହେବ ହାଇସ୍କୋରିଂ ମ୍ୟାଚ ! ଏତେ ଦର୍ଶକଙ୍କ ପାଇଁ ହୋଇଛି ବ୍ୟବସ୍ଥା

କଟକ: ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଏହାକୁ ଲକ୍ଷରେ ରଖି ପିଚ ଓ ପଡ଼ିଆକୁ ପ୍ରସ୍ତୁତ କରାଯାଉଛି । ସ୍ଲୋ ଆଉଟ୍ ଫିଲ୍ଡି ଜନିତ ସମସ୍ୟାକୁ ମଧ୍ୟ ଦୁର କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହର କରାଯାଇଥିବା ବେଳେ ୮ ମିଲି ମିଟର ଉଚ୍ଚତାରେ ଆଉଟ ଫିଲ୍ଡର ଘାଷ ଗୁଡ଼ିକୁ କଟାଯିବ ବୋଲି କହିଛନ୍ତି ଓସିଏ କ୍ୟୁରେଟର ।

ଫେବୃଆରି ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏକଦିବସୀୟ କ୍ରିକେଟ ମ୍ୟାଚକୁ ଷ୍ଟାଡିୟମରେ ବସି ପ୍ରାୟ ୪୫ ହଜାର ଦର୍ଶକ ଦେଖିବେ । ଏଥି ସ‌ହିତ ମ୍ୟାଚ ପରିଚାଳନା ଓ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରାୟ ୫ ହଜାର ଲୋକ ଷ୍ଟାଡିୟମରେ ନିୟୋଜିତ ରହିବେ । ଏଭଳି ସ୍ଥିତିରେ ନିୟମ ଅନୁସାରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏଥିପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ନିଜର ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଅତିରିକ୍ତ ଶତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି ଓସିଏ ।

ଷ୍ଟାଡିୟମ ଓ ଗ୍ୟାଲେରି ଗୁଡ଼ିକରେ ଲାଗିଥିବା କାଠ ଓ କପଡା ଭଳି ପ୍ରତିଟି ଜ୍ବଳନଶିଳ ସାମଗ୍ରୀରେ ଏକ ସ୍ବତନ୍ତ୍ର କେମିକାଲ ସିଞ୍ଜନ କରାଯିବାକୁ ନିଶ୍ପତି କରିଛି ଓସିଏ । ମ୍ୟାଚ ଆରମ୍ଭ ହେବାର ୧୦ ପୂର୍ବରୁ ଏହି କେମିକାଲକୁ ବ୍ୟବହାର କରାଯିବ ।

Comments are closed.