କଟକ: ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ମାସରେ ହେବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍। ଯାହାକୁ ନେଇ ଉତ୍ସାହିତ ଓଡିଶାର କ୍ରିକେଟ୍ ପ୍ରେମୀ।
ଏହି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଫେବୃଆରୀ ୨ ଅପରାହ୍ନ ୪ଟାରୁ ଆରମ୍ଭ ହେବ। ତେବେ ପ୍ରଶଂସକମାନେ ଜିଲ୍ଲା ଆପ୍ ଡାଉନଲୋଡ୍ କରି ଏବଂ ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ଟିକେଟ୍ କିଣିପାରିବେ। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି।
ନିମ୍ନଲିଖିତ ଷ୍ଟାଣ୍ଡଗୁଡ଼ିକରେ ମୋଟ ୪ ହଜାର ଟିକେଟ୍ ବିକ୍ରି ହେବ। ଜାଣନ୍ତୁ କେତେ ରହିଛି ମୂଲ୍ଯ…
ଗ୍ୟାଲେରୀ ୨- ଟିକେଟ୍ ମୂଲ୍ୟ ୯୦୦ ଟଙ୍କା, ଗ୍ୟାଲେରୀ ୪- ୯୦୦ ଟଙ୍କା, ଗ୍ୟାଲେରୀ ୭- ୭୦୦ ଟଙ୍କା, ସ୍ୱତନ୍ତ୍ର ଏନକ୍ଲୋଜର – ୬ ହଜାର ଟଙ୍କା, ଏସି ଗ୍ୟାଲେରୀ ବକ୍ସ – ୮ ହଜାର ଟଙ୍କା ଏବଂ ନୂତନ ପାଭିଲିୟନ୍ – ୧୦ ହଜାର ଟଙ୍କା।
Comments are closed.