ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଏବଂ ସେନା ମଧ୍ୟରେ ଜୋରଦାର ସଂଘର୍ଷ ଆରମ୍ଭ ହେବାରେ ଲାଗିଛି । ସ୍ଥିତି ସଙ୍ଗୀନ ହେବାରୁ ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ସ୍ୱଦେଶ ଫେରି ଆସିବେ ପାଇଁ କହିଛନ୍ତି । ଭାରତ ମଧ୍ୟ ଆଡଭାଇଜର ଜାରୀ କରିଛି । ନିଜ ଦେଶର ନାଗରିକ ଏବଂ ଅଧିକାରୀଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ମଧ୍ୟ ପଠାଯାଇଛଇ ।
କାନ୍ଦାହାର ଏବଂ ମଜାର ଇ ସରିଫରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଅଫିସ ପକ୍ଷରୁ ଟୁଇଟ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତ ଫେରିବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜର ନାମ ଏବଂ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରିବାକୁ କୁହାଯାଇଛି । ପ୍ରାରମ୍ଭିକ ରିପୋର୍ଟରେ ୧୫୦୦ ନାଗରିକ ଏଠାରେ ରହୁଥିବା ଆକଳନ କରାଯାଇଛି ।
Comments are closed.