Latest Odisha News

BREAKING NEWS

ମେସି, ନେମାର ଏକତ୍ର ଖେଳିବେ !

ପ୍ୟାରିସ: ଫୁଟବଲ ପ୍ରଶଂସକଙ୍କ ପାଇଁ ବଡ ଖବର । ଫୁଟବଲ ଜଗତର ଦୁଇ ମହାନ ଖେଳାଳି ଲିଓନେଲ ମେସୀ ଓ ନେମାର ଏକତ୍ର ଖେଳିବାକୁ ଯାଉଛନ୍ତି । ଏହା ସହିତ ବୋନସ ଭାବେ କାଇଳିନ ଏମବାପେ ରହିବେ । ରିପୋର୍ଟ ମୁତାବକ ମେସି ପ୍ୟାରିସ ସେଂଟ ଜର୍ମାନ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଅବଶ୍ୟ ଏହି ଚୁକ୍ତିର ସବିଶେଷ ତଥ୍ୟ ଆସି ନାହିଁ ।

ଯଦି ସବୁ କିଛି ଠିକ ଠାକ ହୁଏ ତାହାହେଲେ ଫୁଟବଲ ପ୍ରେମୀ ପଡିଆରେ ୩ ମହାରଥୀଙ୍କୁ ଏକତ୍ର ଗୋଟିଏ ଟିମ ପକ୍ଷରୁ ଖେଳିବାକୁ ସୁଯୋଗ ପାଇବେ । ଦୀର୍ଘ ଦିନ ପରେ ମେସି ତାଙ୍କ ପ୍ରିୟ କ୍ଲବ ବାର୍ସିଲୋନାକୁ ଛାଡିବାକୁ ବାଧ୍ୟ ହୋଇଛନ୍ତି । ଆର୍ଥକ କ୍ଷତି ଯୋଗୁ ବାର୍ସିଲୋନା ମେସିଙ୍କ ପାଉଣା ଦେବା ପାଇଁ ଅସମର୍ଥ ଅଛି ବୋଲି ଘୋଷଣା କରିଥିଲା ।

Leave A Reply

Your email address will not be published.