Latest Odisha News

BREAKING NEWS

ଭାରତ ଏଲଏସିରେ ଅଧିକ ସୈନ୍ୟ ନିୟୋଜିତ କଲା

ନୂଆଦିଲ୍ଲୀ: ଚୀନ ସହ ପୁନର୍ବାର ବିବାଦ ସୃଷ୍ଟି ହେବା ଯୋଗୁ ଭାରତ ସତର୍କ ପଦକ୍ଷେପ ଆପଣାଇଛି । ବୁଧବାର ମିଳିଥିବା ରିପୋର୍ଟ ମୁତାବକ ଭାରତ ଏଲଏସିରେ ଅଧିକ ସୈନ୍ୟ ନିୟୋଜିତ କରିବା ପାଇଁ ନିଷ୍ପତି ନେଇଛି । ଏଥିସହ ଅରୁଣାଚଳ ସମେତ ପୂର୍ବାଂଚଳର ସବୁ ପୋଷ୍ଟରେ ସତର୍କ ରହିବା ପାଇଁ କୁହାଯାଇଛି । ଚୀନ ପୁନର୍ବାର ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାକୁ ପଣ୍ଡ କରି ଦେଇଥିଲେ ।

ଚୀନ ପ୍ରତି ସମ୍ପୂର୍ଣ୍ଣ ଭାବେ ସତର୍କ ରହିବା ଭାରତ ପାଇଁ ଜରୁରୀ ହୋଇ ପଡିଛି । ବାରମ୍ବାର ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଜୁନ ପରଠାରୁ  ଅଶାନ୍ତି ଲାଗି ରହିଛି ।

Leave A Reply

Your email address will not be published.