Latest Odisha News

BREAKING NEWS

ବିଗ ବସ୍‌କୁ ଆସିବେ ବିବାଦୀୟ ରାଧେ ମାଆ !

ମୁମ୍ବାଇ: ବିଗ୍ ବସର ଆଗାମୀ ସଂସ୍କରଣରେ ବିବାଦୀୟ ରାଧେ ମାଆ ଅଂଶଗ୍ରହଣ କରିବା ନେଇ ଖବର ପ୍ରକାଶ ପାଇଛି । ବଲିଉଡ୍ ଆକ୍ଟର ସଲମାନ ଖାନଙ୍କ ଲୋକପ୍ରିୟ ଶୋ ବିଗ୍ ବସ୍ ସିଜନ-୧୪ର ରାଧେ ମା ଭାବେ ପ୍ରସିଦ୍ଧ ସୁଖବିନ୍ଦର କୌରଙ୍କୁ ଶୋ’ ପାଇଁ ଅନୁରୋଧ  କରାଯାଇଥିଲା । ହେଲେ ରାଧେ ମା’ ବା ତାଙ୍କ ଟିମ୍ ତରଫରୁ ଏହି ବିଷୟକୁ ନେଇ ବର୍ତ୍ତମାନ କିଛି ସୂଚନା ଦିଆଯାଇନାହିଁ ।

ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଦୋରାଙ୍ଗଲା ଗାଁରେ ଜନ୍ମିତ ସୁଖବିନ୍ଦର କୌର ଅର୍ଥାତ୍ ରାଧେ ମାଙ୍କ ନାମ ଅନେକ ବିବାଦକୁ ଆସି ସାରିଛି । ରାଧେ ମା’ଙ୍କ ଉପରେ ଜଣେ ପୁରୁଷଙ୍କୁ ତାଙ୍କର ପତ୍ନୀଙ୍କ ବିରୁଦ୍ଧରେ ଯୌତୁକ ନିର‌୍ୟାତନା ପାଇଁ ଉସୁକାଇବା, ଲୋକଙ୍କ ସହ ଅଶ୍ଳୀଳ କଥାବାର୍ତ୍ତା କରିବାର ଅଭିଯୋଗ ଲାଗିସାରିଛି । ଆଉ ମଧ୍ୟ ବିଗ୍ ବସ୍ ଫେସ୍ ଅଭିନେତ୍ରୀ ଡଲି ବିନ୍ଦ୍ରା ମଧ୍ୟ ରାଧେ ମା’ ଙ୍କ ଉପରେ ଗୁରୁତର ଅଭିଯୋଗ କରିଥିଲେ ।

Leave A Reply

Your email address will not be published.