Latest Odisha News

ଗଣନା ପୂର୍ବରୁ ଖାତା ଖୋଲିଲା ବିଜେପି, ନିର୍ଦ୍ଵନ୍ଦରେ ବିଜୟ ହୋଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ମୁକେଶ ଦଲାଲ

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା । ଖୋଲିଲା ଇଭିଏମ ପେଡି । ଆରମ୍ଭ ହେଲା ଭୋଟ ଗଣତି । ଭୋଟ ଗଣତି ଆରମ୍ଭ ହଉ ହଉ ବିଜେପି ସପକ୍ଷରେ ବହୁମତ ମିଳିଲାଣି । ସେପଟେ କିନ୍ତୁ ବିନା ଭୋଟ ବିନା ଗଣତିରେ ଗୋଟିଏ ଆସନ ହାତେଇ ନେଇଛି ବିଜେପି । ଗୁଜୁରାଟ ସୁରଟରୁ ନିର୍ଦ୍ଵନ୍ଦରେ ବିଜେପି ସାଂସଦ ପ୍ରାର୍ଥୀ ମୁକେଶ ଦଲାଲ ବିଜୟ ହାସଲ କରିଛନ୍ତି ।

ଗୁଜରାଟର ସୁରତ୍‌ ଲୋକସଭା ପ୍ରାର୍ଥୀ ମୁକେଶ ଦଲାଲ୍‌ ବିନା ଭୋଟ ଗ୍ରହଣରେ ନିର୍ବାଚିତ ହୋଇଛନ୍ତି । ବିପକ୍ଷରେ ଥିବା କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବକୁ ନିର୍ବାଚନ କମିଶନ ନାକଚ କରିଦେବା ଏବଂ ଅନ୍ୟ ୮ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିନେବା ଫଳରେ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ମୁକେଶ ଦଲାଲ୍‌ । ଆଶା କରାଯାଉଥିଲା ଯେ ବିଏସପି ପ୍ରାର୍ଥୀ ପ୍ୟରେଲ ଭାରତୀ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିବେ ନାହିଁ । କିନ୍ତୁ ଶେଷ ମୁହୁର୍ତ୍ତରେ ସେ ମଧ୍ୟ ମୁକେଶ ଦଲାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ଏହା ବିଜେପିର ପ୍ରଥମ ସଫଳତା ।

ସୁରଟ ଇତିହାସରେ ଦଲାଲ ହେଉଛନ୍ତି ପ୍ରଥମ ସାଂସଦ ଯିଏ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ସାମ୍ନାକୁ ଆସିନାହିଁ। ଏଭଳି ସ୍ଥିତିରେ ନାମାଙ୍କନ ପତ୍ର ପ୍ରତ୍ୟାହାର ର ଶେଷ ତାରିଖ ସରିବା ପରେ ମୁକେଶ ଦଲାଲ ବିଜୟୀ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ସୁରତ୍‌ରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନିଲେଶ କୁମ୍ଭାନୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ୩ ଜଣ ପ୍ରସ୍ତାବକ ଦେବାକୁ ବି ଅକ୍ଷମ ହୋଇଥିଲେ । ଯାହା ଫଳରେ ତାଙ୍କର ନାମାଙ୍କନ ପତ୍ରକୁ ନାକଚ କରିଦେଇଥିଲେ ନିର୍ବାଚନ ଅଧିକାରୀ । ଫଳରେ ସୁରତ୍‌ରେ ବିନା ପ୍ରତିଦ୍ବନ୍ଦୀରେ ବିଜେପି ବିଜୟୀ ହେବା ସହିତ ୨୦୨୪ ଲୋକସଭା ନିର୍ବାଚନରେ ଖାତା ଖୋଲିଛି ।

 

Comments are closed.