Latest Odisha News

ଏସୀୟ କ୍ରୀଡା: ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ  । ତୀରନ୍ଦାଜରେ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ ଏହି ପଦକ ହାସଲ କରିଛନ୍ତି  । ୧୬ଟି ସ୍ୱର୍ଣ୍ଣ ସହ ବର୍ତ୍ତମାନ ଭାରତର ମୋଟ ପଦକ ସଂଖ୍ୟା ୭୧କୁ ବୃଦ୍ଧି ହୋଇଛି । ସେପଟେ ଆଜି ୩୫ କିଲୋମିଟର ରେସ୍ ୱାର୍କରେ ମଧ୍ୟ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ମଞ୍ଜୁ ରାଣୀ ଏବଂ ରାମ ବାବୁଙ୍କୁ ଏହି ପଦକ ମିଳିଛି ।

ଚଳିତବର୍ଷ ଏସୀୟ କ୍ରୀଡାରେ ଭାରତ ରେକର୍ଡ ଭାଙ୍ଗିଛି । ଆଜି ନୀରଜ ଚୋପ୍ରା ମୈଦାନକୁ ଓହ୍ଲାଇବାକୁ ଥିବାବେଳେ ତାଙ୍କଠାରୁ ମଧ୍ୟ କିଛି ପଦକ ଜିତିବାର ଆଶା କରାଯାଉଛି  । ଭାରତ ସମୁଦାୟ ୧୬ଟି ସ୍ବର୍ଣ୍ଣ , ୨୬ଟି ରୌପ୍ୟ , ୨୯ଟି ବ୍ରୋଞ୍ଜ ସହ ୭୧ ଟି ପଦକ ହାସଲ କରିଛି । ୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିବା ଏସୀୟ କ୍ରୀଡାରେ ଭାରତ ୭୦ ପଦକ ହାସଲ କରିଥିଲା  ।

Leave A Reply

Your email address will not be published.