Latest Odisha News

BREAKING NEWS

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ଦୁଇ ଯୁବନେତା ନିଲମ୍ବିତ

ଭୁବନେଶ୍ୱର:ବିଜୁ ଯୁବ ଜନତା ଦଳ (ବିଜେଡି) ପକ୍ଷରୁ ବୁଧବାର ୨ ଯୁବ ନେତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଦଳ ବିରୋଧୀ କାମ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ଏହି ଦୁଇ ନେତା ହେଲେ ବିଜୁ ଯୁବ ଜନତା ଦଳର ଉପ ସଭାପତି ସୁଜିତ ପ୍ରସାଦ ଦ୍ୱିବେଦୀ ଏବଂ ବିଜୁ ଯୁବ ଜନତା ଦଳର ଅନୁଗୁଳ ବିଧାନସଭା ମଣ୍ଡଳୀର ସଭାପତି ଅଜିତ ପ୍ରସାଦ ଦ୍ୱିବେଦୀ । ଏ ନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ସୂଚନାଥାଉ କି, ଆଜି ବିଜେଡି ପକ୍ଷରୁ ଜାରି ଅନ୍ୟ ଏକ ପ୍ରେସ ବିଜ୍ଞପ୍ତିରେ   ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ଦିଆ ଯାଇଛି ।   ତାଙ୍କୁ  ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି ।  ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.