Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ସଙ୍କେତ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି ସଙ୍କେତ ସରଗର । ଭାରୋତୋଳନ ୫୫ କିଗ୍ରା ବିଭାଗରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ସଙ୍କେତ ସ୍ନାଚରେ ୧୧୩ ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଗ୍ରାର ଭାର ଉଠାଇଥିଲେ । ଆମେ ସ୍ୱାଧୀନତାର ଅମୃତ ମହୋତ୍ସୋବ ପାଳନ କରୁଛି । ଏହି ପଦକ ଆମ ପାଇଁ ସ୍ୱାଧୀନତା ଆଣିଥିବା ଶହୀଦଙ୍କ ପାଇଁ ସମର୍ପିତ । ମାତ୍ର ୧ କିଗ୍ରା ଯୋଗୁ ସେ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ । ପ୍ରତିଯୋଗିତା ବେଳେ ତାଙ୍କ ହାତ ମୋଡି ହୋଇ ଯାଇଥିଲା । ତଥାପି ସେ ଏହାକୁ ଖାତିର ନ କରି ଦେଶ ପାଇଁ ରୌପ୍ୟ ପଦକ ଜିତିଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ମାଲେସିଆର ବିବ ଅନୀକ ଓଭରାଲ ୨୪୯ କିଗ୍ରାର ଭାର ଉଠାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Leave A Reply

Your email address will not be published.