Latest Odisha News

ବିରୋଧୀ ଦଳ ନେତା ହେଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ନୂଆ ବିରୋଧୀ ଦଳ ନେତା ବାଛିଲା ବିଜେପି । ଜୟ ନାରାୟଣ ମିଶ୍ର ହୋଇଛନ୍ତି ନୂଆ ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣଙ୍କ ନାଁ ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହପ୍ରଭାରୀ । ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ପ୍ରଦୀପ୍ତ ନାଏକଙ୍କ ସ୍ଥାନରେ ବିରୋଧୀ ଦଳ ନେତା ହୋଇଛନ୍ତି ।

ପୂର୍ବରୁ ବିରୋଧୀ ଦଳ ନେତା ଥିବା ପ୍ରଦୀପ୍ତ ନାଏକ ଦୀର୍ଘ ଦିନରୁ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି । ଫଳରେ ବିଜେପି ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଠାଉଥିଲେ ବି ସେତିକି ଗୁରୁତ୍ୱ ମିଳୁ ନାହିଁ । ଯାହାକୁ ନେଇ ଦଳର ବିଧାୟକ ବିରୋଧୀ ଦଳ ନେତା ପରିବର୍ତ୍ତନ ପାଇଁ ପୂର୍ବରୁ ବହୁବାର ଦାବି କରି ଆସୁଥିଲେ ।

ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣ ମିଶ୍ରଙ୍କ ନାଁ ଘୋଷଣା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପାରୁ ପର୍ଯ୍ୟନ୍ତ ଗୁରୁଦାୟିତ୍ୱ ତୁଲାଇବାକୁ ଚେଷ୍ଟା କରିବି । ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ।

Leave A Reply

Your email address will not be published.