ନୂଆଦିଲ୍ଲୀ: ଭାରତରେ ଅଦ୍ୟାବଧି ୩.୫ ମିଲିୟନରୁ ଅଧିକ ଶିଶୁ ଟିକାକରଣରୁ ବଞ୍ଚିତ ରହିଛନ୍ତି। ଦେଶରେ ଟିକା ନେଇନଥିବା ଶିଶୁଙ୍କ ସଂଖ୍ୟା ୩.୫ ମିଲିୟନ ରହିଛି। ଏହା ୨୦୧୯ ତୁଳନାରେ ୧.୪ ମିଲିୟନ ବୃଦ୍ଧି ପାଇଛି। ଏ ନେଇ ୟୁନିସେଫ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ୟୁନିସେଫ୍ ଏହା ମଧ୍ୟ କହିଛି ଯେ ୨୦୨୦ରେ ୩ ମିଲିୟନରୁ ଅଧିକ “ଜିରୋ-ଡୋଜ୍ ଚିଲ୍ଡ୍ରେନ୍” ଶିଶୁ ଭାରତରେ ରହୁଥିଲେ।
ଦକ୍ଷିଣ ଏସିଆରୁ ପ୍ରାୟ ୪.୪ ନିୟୁତ ଶିଶୁ ନିୟମିତ ଟିକାକରଣରୁ ବଞ୍ଚିତ ହୋଇଥିବା ରିପୋର୍ଟ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ସର୍ବାଧିକ ସଂଖ୍ୟକ ଶିଶୁ କୌଣସି ନିୟମିତ ଟିକା ଗ୍ରହଣ କରିବାରେ ବିଫଳ ହୋଇଛନ୍ତି।
ଶିଶୁ ସଂଗଠନ କହିଛି ଯେ, ଭାରତ ବିଶେଷ ଭାବରେ କୋଭିଡ୍-୧୯ ମହାମାରୀ ସମୟରେ ଟିକା ଗ୍ରହଣ କରିବାରେ ବିଫଳ ହୋଇଥିବା ଶିଶୁଙ୍କ ସଂଖ୍ୟା ୩.୫ ମିଲିୟନରେ ପହଞ୍ଚିଛି। ଯାହା ୨୦୧୯ ତୁଳନାରେ ୧.୪ ମିଲିୟନ ବୃଦ୍ଧି ପାଇଛି ବୋଲି ତଥ୍ୟା ପ୍ରକାଶ ପାଇଛି।
Comments are closed.