Latest Odisha News

୨୦ ମ୍ୟାଚ ପରେ ଟସ ଜିତିଲା ଟିମ ଇଣ୍ଡିଆ

ଭାଇଜାଗ: ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ । ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଥିବାରୁ ଜିତିବା ଟିମ ସିରିଜ ହାତେଇବ । ଟିମ ଇଣ୍ଡିଆ ଅଧିନାୟକ କେଏଲ ରାହୁଲ ନିର୍ଣ୍ଣାୟକ ମୁକାବିଲାରେ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଏହା ପୂର୍ବରୁ କ୍ରମାଗତ ୨୦ ମ୍ୟାଚରେ ଭାରତ ଟସ ହାରିଥିଲା । ଦ୍ୱିତୀୟ ଇନିଂସରେ କାକର ପଡୁଥିବାରୁ ଏହା ରନ ଚେଜ କରୁଥିବା ଟିମକୁ ସୁବିଧାରେ ରଖୁଛି । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ନିକଟରୁ ପୂନର୍ବାର ଭଲ ଇନିଂସ ଆଶା କରାଯାଉଛି । କୋହଲି ହ୍ୟାଟ୍ରିକ ଶତକ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି । ପିଚ ପ୍ରଥମାର୍ଦ୍ଧରେ ସ୍ପିନରଙ୍କୁ ସାମାନ୍ୟ ସୁହାଇବ ବୋଲି ଆଶା କରାଯାଉଛି ।

କାକର ଯୋଗୁ ଦ୍ୱିତୀୟ ଇନିଂସରେ ସ୍ପିନର ବିଶେଷ ଫାଇଦା ପାଇବେ ନାହିଁ । ଟିମ ଇଣ୍ଡିଆ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ତିଳକ ବର୍ମାଙ୍କୁ ସୁଯୋଗ ଦେଇଛି । ନାନ୍ଦ୍ରେ ବର୍ଗର ଓ ଟୋନୀ ଡି ଜର୍ଜଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା ର‌୍ୟାନ ରିକେଲଟନ ଓ ଓର୍ଟନୀଲ ବାର୍ଟମ୍ୟାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେଇଛି ।
ଭାରତ ଏକାଦଶ: ଯଶସ୍ୱୀ ଜୈସୱାଲ, ରୋହିତ ଶର୍ମା, ବିରାଟ କୋହଲି, ରିତୁରାଜ ଗାଏକ୍ୱାଡ, କେଏଲ ରାହୁଲ, ତିଳକ ବର୍ମା, ରବୀନ୍ଦ୍ର ଜାଡେଜା, ହର୍ଷିତ ରାଣା, କୂଲଦୀପ ଯାଦବ, ଅର୍ଶଦୀପ ସିଂ ଓ ପ୍ରସିଦ୍ଧ କ୍ରିଷ୍ଣା ।
ଦକ୍ଷିଣ ଆଫ୍ରିକା ଏକାଦଶ: ର‌୍ୟାନ ରିକେଲଟେନ, କ୍ୱିଂଟନ ଡିକକ, ଟେମ୍ବା ବାଭୁମା, ମାଥ୍ୟୁ ବ୍ରିଜଟେକ, ଆଇଡେନ ମାର୍କରାମ, ଡେୱାଲ୍ଡ ବ୍ରେଭିସ, ମାର୍କୋ ଜାନସେନ, କୋର୍ବିନ ବୋଶ, କେଶବ ମହାରାଜା, ଲୁଙ୍ଗି ନିଗିଡି ଓ ଓଟ୍ଟେନେଲ ବାର୍ଟମାନ ।

Leave A Reply

Your email address will not be published.