Latest Odisha News

BREAKING NEWS

ଭାରତ ବୋଲିଂ କରିବ, ଏଥର ବି ହାତ ମିଳାଇଲେ ନାହିଁ ଦୁଇ ଅଧିନାୟକ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ଅନେକ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଛି । ତା ମଧ୍ୟରେ ଭାରତ ଓ ପାକିସ୍ତାନ ଖେଳାଳି ହାତ ନ ମିଳାଇବା ବେଶ ଆଲୋଚ୍ୟର ବିଷୟ ହୋଇଥିଲା । ସୁପର ଫୋରରେ ପୂନର୍ବାର ଭାରତ ଓ ପାକିସ୍ତାନ ସାମ୍ନା ସାମ୍ନି ହୋଇଛନ୍ତି । ଟସ ପରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଟସ ପରେ ପୂନର୍ବାର ସୁର୍ଯ୍ୟକୁମାର ଓ ସଲମାନ ଆଘା ହାତ ନ ମିଳାଇ ନିଜ ନିଜ ଡ୍ରେସିଂ ରୁମକୁ ଯାଇଥିଲେ ।

ଲିଗ ପର୍ଯ୍ୟାୟରେ ଭାରତ ବିଜୟ ହାସଲ କରିଥିବାରୁ ମନୋବଳ ଉଚ୍ଚରେ ରହିଛି । ଯଶପ୍ରୀତ ବୁମରାହ ଓ ବରୁଣ ଚକ୍ରବର୍ତି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ଉଭୟ ଓମାନ ବିପକ୍ଷ ମ୍ୟାଚରେ ବିଶ୍ରାମ ନେଇଥିଲେ । ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରାଫ୍ଟ ପୂର୍ବଭଳି ତାଙ୍କ ଦାୟିତ୍ୱ ତୁଲାଉଛନ୍ତି ।

Comments are closed.