Latest Odisha News

BREAKING NEWS

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ତଥା ପୂର୍ବତନ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ । ‘ଆଇଏସଆଇଏସ କାଶ୍ମୀର’ ସଂଗଠନ ପକ୍ଷରୁ ଏହି ହତ୍ୟା ଧମକ ମିଳିଥିବା ନେଇ ବୁଧବାର ଗମ୍ଭୀରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏନେଇ ମୁମ୍ବାଇ ପୋଲିସରେ ଅଭିଯୋଗ କରିଛନ୍ତି ଗମ୍ଭୀର ।

ଖବର ମୁତାବକ, ଏପ୍ରିଲ ୨୨ରେ ଦୁଇଟି ଇମେଲ ମାଧ୍ୟମରେ ତାଙ୍କୁ ଆଇ କିଲ୍ ୟୁ (IKillU) ମେସେଜ ପଠାଯାଇଥିଲା । ଏହି ଘଟଣା ପରେ ଗମ୍ଭୀର ଦିଲ୍ଲୀ ପୋଲିସରେ ଏକ ଲିଖିତ ଅଭିଯୋଗ ଦାଖଲ କରି ଏଫଆଇଆର ରୁଜୁ କରିବା ସହ ନିଜ ପରିବାର ପାଇଁ ସୁରକ୍ଷା ମାଗିଛନ୍ତି ।

ତେବେ ଏହା ପୂର୍ବରୁ ୨୦୨୧ ମସିହା ନଭେମ୍ବରରେ ମଧ୍ୟ ତାଙ୍କୁ ଏହି ପ୍ରକାର ସମାନ ଧମକ ଇମେଲ ମିଳିଥିଲା । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଗମ୍ଭୀରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଛି ।

ମଙ୍ଗଳବାର ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଥିଲେ ଗୌତମ ଗମ୍ଭୀର । ଯେଉଁଥିରେ ୨୯ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ଗୌତମ ଗମ୍ଭୀର IPL ଯୋଗୁଁ ଟିମ୍ ଇଣ୍ଡିଆରୁ ବିରତି ନେଇଛନ୍ତି । କିନ୍ତୁ ପହଲଗାମ ଆକ୍ରମଣର ମାତ୍ର ଗୋଟିଏ ଦିନ ପରେ ତାଙ୍କୁ ମିଳିଥିବା ହତ୍ୟା ଧମକ ସମସ୍ତଙ୍କୁ ଦୋହଲାଇ ଦେଇଛି ।

Comments are closed.