Latest Odisha News

BREAKING NEWS

ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ହବ୍

ୱାଶିଂଟନ୍: ଭାରତ ବର୍ତ୍ତମାନ ବିଶ୍ବର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍। ଏବଂ ଏହାର ମୂଲ୍ୟ ୭୩.୨ ବିଲିୟନ ଆମେରିକୀୟ ଡଲାର। ଆମେରିକାର ଭାରତ ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସନ୍ଧୁ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି। ସେ ଆଶା କରିଛନ୍ତି ଯେ ୨୦୨୨ ସୁଦ୍ଧା ୫୦ ରୁ ଅଧିକ ଷ୍ଟାର୍ଟଅପ୍ ୟୁନିକର୍ଣ୍ଣ କ୍ଲବରେ ଯୋଗ ଦେଇ ପାରିବେ। ୟୁନିକର୍ଣ୍ଣକୁ ଏଭଳି ଏକ ଷ୍ଟାର୍ଟଅପ୍ କମ୍ପାନୀ ଯାହାର ମୂଲ୍ୟ ଏକ ବିଲିୟନ ଡଲାରରୁ ଅଧିକ।

ସନ୍ଧୁ କହିଛନ୍ତି ଯେ ଭାରତରେ ଉଦ୍ୟୋଗୀତା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୨୦୨୦ ରେ ଭାରତ ଶ୍ରେଷ୍ଠ ୫୦ ଅଭିନବ ଅର୍ଥନୀତି ମଧ୍ୟରୁ ଗୋଟିଏ ଥିଲା। ସେ କହିଛନ୍ତି ଯେ ଆଜି ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ୭୩.୨ ବିଲିୟନ ଡ଼ଲାର।

ସନ୍ଧୁ ଭାରତୀୟ ଜାତୀୟ ଷ୍ଟାର୍ଟଅପ୍ ପୁରସ୍କାର-୨୦୨୦ ର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି କାର୍ଯ୍ୟକ୍ରମକୁ ଭାରତର ଦୂତାବାସ ସହଯୋଗ କରିଥିଲେ। ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ଏବଂ ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସନ୍ଧୁ କହିଛନ୍ତି ଯେ ନିକଟରେ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଷ୍ଟାର୍ଟଅପ୍ ଚଳିତ ବର୍ଷ ଡିସେମ୍ବର ମଧ୍ୟଭାଗରେ ୯.୩ ବିଲିୟନ ଡ଼ଲାର୍ ସଂଗ୍ରହ କରିଛି।

ଏହି କାର୍ଯ୍ୟକ୍ରମରେ ସାନ୍ଧୁ କହିଛନ୍ତି ଯେ ବେଙ୍ଗାଲୁରୁ, ମୁମ୍ବାଇ ଏବଂ ଏନସିଆର ଆଧୁନିକ ଭାରତର ଚେହେରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ଏବଂ ଏହି ସହରଗୁଡିକ ବିଶ୍ୱସ୍ତରୀୟ ଷ୍ଟାର୍ଟଅପ୍ ହବ୍ ଭାବରେ ଜଣାଶୁଣା। ପୁଣେ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ କୋଲକାତା ଭଳି ସହରଗୁଡିକ ଉଦୀୟମାନ ଷ୍ଟାର୍ଟଅପ୍ ହବ୍ ଭାବରେ ଗଣାଯାଇପାରିବ। ସେ କହିଛନ୍ତି, ସୁପରଷ୍ଟାର ଷ୍ଟାର୍ଟଅପ୍ ହବ୍ ଭିତରକୁ ଯିବା ପାଇଁ ଆମକୁ ଅଧିକ ଉଦ୍ୟମ କରିବାକୁ ପଡ଼ିବ। ସାନ୍ଧୁ କହିଛନ୍ତି ଯେ ଭାରତ ଏବଂ ସିଲିକନ୍ ଭ୍ୟାଲିର ଦଶନ୍ଧି ପୁରୁଣା ସମ୍ପର୍କ ରହିଛି ଏବଂ ୨୦୧୬ରେ ପିଏମ ମୋଦୀଙ୍କ ଗସ୍ତ ଏହି ସହଭାଗିତାକୁ ଆହୁରି ମଜବୁତ କରିଛି।

Leave A Reply

Your email address will not be published.