ନୂଆଦିଲ୍ଲୀ: ଭାରତ ତିଆରି କରୁଛି ୫ମ ପିଢିର ଫାଇଟର ଜେଟ୍ । ଏବେ ଆଉ କାହାକୁ ଭୟ କରିବାର ନାହିଁ । ଆମେରିକା, ଋଷକୁ ଦେବ ଟକ୍କର । ଗୋଟିଏ ଥରରେ ସବୁ ସଫା କରିଦେବ । ଆମେରିକା ନିକଟରେ ଏକ ସାମରିକ ଅଭିଯାନ ଚଳାଇ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ବନ୍ଦୀ କରିରଖିଛି। ଯେଉଁ ଘଟଣା ସାରା ବିଶ୍ୱକୁ ହଲାଇ ଦେଇଛି। ଆମେରିକାର ଏପରି ଏକ ଷଡ଼ଯନ୍ତ୍ରକୁ ଦେଖି ଭାରତ ନିଜର ସୁରକ୍ଷା ପାଇଁ ଆଗୁଆ । ତେବେ ଏହାରି ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବର୍ତ୍ତମାନ ଭାରତ ନିଜର ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏଥିପାଇଁ ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ (AMCA) ପ୍ରକଳ୍ପ ଆରମ୍ଭ କରାଯାଇଛି, ଯାହା ଅଧୀନରେ ପଞ୍ଚମ ପିଢ଼ିର ଷ୍ଟିଲ୍ ଜେଟକୁ ଅଧିକ ବିକଶିତ କରାଯିବ। ତେବେ ଏହି ପଞ୍ଚମ ପିଢ଼ିର ଲଢ଼ୁଆ ବିମାନକୁ ନେଇ ଆପଣଙ୍କ ମନରେ ଉଠୁଥିବା କିଛି ପ୍ରଶ୍ନର ଉତ୍ତର ବାଖ୍ୟା କରିଦେଉଛୁ…
ପ୍ରଶ୍ନ : ତେବେ ଏହାକୁ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ କହିବାର ଅର୍ଥ କ’ଣ?
ଉ- ହେଉଛି ଏକ ଅତ୍ୟାଧୁନିକ ବିମାନ। ଏହି ବିମାନଗୁଡ଼ିକ ଦ୍ରୁତ ଗତିରେ ପହଞ୍ଚିପାରିବ, ଶତ୍ରୁଙ୍କ ଦୃଷ୍ଟିରୁ ଅଦୃଶ୍ୟ ରହିବ ଏବଂ ଆଖି ପିଛୁଳାକେ ଯୁଦ୍ଧକ୍ଷେତ୍ରର ପ୍ରତ୍ୟେକ ବିବରଣୀକୁ କଏଦ କରିପାରିବ ।
ପ୍ରଶ୍ନ : କେଉଁ ଦେଶମାନେ ନିଜର ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ତିଆରି କରିଛନ୍ତି?
ଉ -ପୂର୍ବରୁ ଆମେରିକା, ଚୀନ୍ ଏବଂ ରୁଷ ଏପରି ଳଢୁଆ ବିମାନ ତିଆରି କରି ସାରିଛନ୍ତି ।
ପ୍ରଶ୍ନ: କେଉଁ ଦେଶମାନଙ୍କ ପାଖରେ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଅଛି?
ଉ-ଇସ୍ରାଏଲ, ଜାପାନ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଯୁକ୍ତରାଜ୍ୟ (ୟୁକେ), ଇଟାଲୀ, ନେଦରଲ୍ୟାଣ୍ଡ, ନରୱେ, ଡେନମାର୍କ, ବେଲଜିୟମ, ପୋଲାଣ୍ଡ, ଜର୍ମାନୀ, ଫିନଲ୍ୟାଣ୍ଡ ଏବଂ ସ୍ୱିଜରଲ୍ୟାଣ୍ଡ ପାଖରେ ଏହି ବିମାପ ପୂର୍ବରୁ ଅଛି ।
ଭାରତର ଏହି ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । DRDOର ମୁଖ୍ୟ ଡକ୍ଟର ସମୀର ଭି. କାମତ ନିଶ୍ଚିତ କରିଛନ୍ତି ଯେ, ଦେଶର ଏହି ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ‘ଆଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାରକ୍ରାଫ୍ଟ’ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ହେଉଛି । ସେ କହିଛନ୍ତି ଯେ ଏହି ଅତ୍ୟାଧୁନିକ ଲଢ଼ୁଆ ବିମାନର ପ୍ରଥମ ପ୍ରୋଟୋଟାଇପ୍ ୨୦୨୮ ଶେଷ ସୁଦ୍ଧା ଆରମ୍ଭ ହେବ, ଏବଂ ଏହାର ପ୍ରଥମ ଉଡ଼ାଣ ୨୦୨୯ରେ କରାଯିବାର ଯୋଜନା ରହିଛି। ଏରୋନଟିକାଲ୍ ଡେଭଲପମେଣ୍ଟ୍ ଏଜେନ୍ସି (ADA) ଦ୍ୱାରା ବେଙ୍ଗାଲୁରୁରେ ଆୟୋଜିତ ଏକ ସେମିନାରେ ଯେଉଁଠି ତେଜସ୍ ର ପ୍ରଥମ ଉଡ଼ାଣର ୨୫ତମ ବାର୍ଷିକୀ ପାଳନ କରାଯାଉଥିଲା ସେଠାରେ ଯୋଗଦେଇ DRDOର ମୁଖ୍ୟ ଡକ୍ଟର କାମତ
କହିଛନ୍ତି ଯେ, ବର୍ତ୍ତମାନ, ଆମେରିକୀୟ F-35 ଏବଂ Su-57 ଶ୍ରେଷ୍ଠ ପଞ୍ଚମ ପିଢ଼ିର ଜେଟ୍। ସେ ବ୍ୟାଖ୍ୟା କରିଥିଲେ ଯେ ଏହି ପ୍ରକଳ୍ପ ଭାରତୀୟ ବାୟୁସେନା (ଆଇଏଏଫ୍)ର ଆବଶ୍ୟକତା ଅନୁଯାୟୀ ଏକ କଠୋର ଏବଂ ସମୟସୀମାବଦ୍ଧ ଯୋଜନା ଅଧୀନରେ ଅଗ୍ରଗତି କରୁଛି। ତେବେଭାରତର ପଞ୍ଚମ ପିଢ଼ିର ଲଢ଼ୁଆ ବିମାନର ପ୍ରଥମ ଉଡ଼ାଣ ୨୦୨୯ ମସିହାରେ ହେବାର ଲକ୍ଷ ରାଖାଯାଇଛି ।