Latest Odisha News

BREAKING NEWS

ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି; ‘ଏହାର ଲାଭ ସାଧାରଣ ଲୋକଙ୍କୁ କ’ଣ ମିଳିଲା’

ନୂଆଦିଲ୍ଲୀ: ଜାପାନକୁ ପଛରେ ପକାଇ, ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରିଛି । ଏହି ପରିପ୍ରେକ୍ଷୀରେ, ନିକଟରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ବି.ଆର୍ ସୁବ୍ରମଣ୍ୟମ କହିଥିଲେ ଯେ, ଭାରତ ପାଇଁ ବିଶ୍ୱ ଏବଂ ଅର୍ଥନୈତିକ ପରିବେଶ ଅନୁକୂଳ । ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ପାଲଟିଛି । ଏବେ କଂଗ୍ରେସ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଆଟାକ୍ କରିଛି । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଭାରତ ୪ ଟ୍ରିଲିୟନ ଡଲାରର GDP ସୀମା ଅତିକ୍ରମ କରିଛି । ଆମେ ଜାପାନକୁ ପଛରେ ପକାଇ ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଛୁ! ଏହା ବହୁତ ଭଲ ।

ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଏଠାରେ କିଛି ସତ ଲୁଚି ରହିଛି ଯାହା ଭାରତର ଏହି ସ୍ଥାନକୁ ଭୁଲ ପ୍ରମାଣିତ କରେ । ସେ ପରିସଂଖ୍ୟାନ ଦେଖାଇ ସୁପ୍ରିୟା ଶ୍ରୀନେଟ କହିଛନ୍ତି ଯେ, ଆମେରିକା ୮୯୦୦୦ USD, ୟୁକେ – ୫୫୦୦୦ USD, ଚୀନ୍ – ପ୍ରାୟ 14000 USD, ଜାପାନ – ୩୩୦୦୦ USD ଏବଂ ଭାରତ 2800 USD । ଏହାର ଅର୍ଥ ଆମେ ବହୁତ ଫଛରେ ରହିଛେ । ଆମର ଜନସଂଖ୍ୟା ବହୁତ ଅଧିକ, ଏହା ହିଁ ଏହା ପଛର ବଡ଼ କାରଣ । ନଚେତ୍, ଆମେ ପଛରେ ଛାଡି ଆସିଥିବା ଜାପାନର ମୁଣ୍ଡପିଛା ଆୟ ଆମ ତୁଳନାରେ ୧୨ ଗୁଣ ଅଧିକ ଏବଂ ଆମେ ପୂର୍ବରୁ ପଛରେ ଛାଡି ଆସିଥିବା ୟୁକେ ୨୦ ଗୁଣ ଆଗରେ ଅଛି । ମୁଣ୍ଡପିଛା ଆୟରେ, ଆମେ ବିଶ୍ୱରେ ୧୩୬ତମ ସ୍ଥାନରେ ଅଛୁ । ବାଂଲାଦେଶ ଆମ ସହିତ ଅଛି, ଯେତେବେଳେ କାଙ୍ଗୋ ଏବଂ ପାକିସ୍ତାନ ଭଳି ଦେଶ ଆମ ତଳେ ଅଛନ୍ତି ବୋଲି ସେ କହିଛନ୍ତି ।

କଂଗ୍ରେସ ନେତ୍ରୀ ଆହୁରି କହିଛନ୍ତି, ସାମଗ୍ରିକ ଭାବରେ କଂଗ୍ରେସ କହୁଛି ଯେ ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବା ଗର୍ବର ବିଷୟ କିନ୍ତୁ ସରକାରୀ ନୀତି ଯୋଗୁଁ ସାଧାରଣ ଲୋକ, ମଧ୍ୟବିତ୍ତ ବର୍ଗର ଲୋକ, ଗରିବ ଲୋକ, ଚାଷୀ ଏବଂ ଯୁବକମାନେ କ’ଣ ପାଇଲେ? ବେକାରୀ, ମୁଦ୍ରାସ୍ଫୀତି ଏବଂ ଆମ ସାମ୍ନାରେ ରହିଥିବା ଆର୍ଥିକ ସମସ୍ୟାର ସାମ୍ନାରେ ସରକାର କେବଳ ଆଖି ବନ୍ଦ କରି କେବଳ ସଫଳତାର ଫମ୍ପା ଢୋଲ ବଜାଉଛନ୍ତି ।

Comments are closed.