ନୂଆଦିଲ୍ଲୀ: ୫ଜି ଟେକ୍ନୋଲୋଜି ନେଇ ଭାରତ-ଜାପାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ପୂର୍ବରୁ ଏହି ସବୁ ଜ୍ଞାନକୌଶଳ ପାଇଁ ଚୀନକୁ ଭାରତ ବିଭିନ୍ନ ପ୍ରକଳ୍ପ ଦେଇଥିଲା । ଚୀନର କମ୍ପାନୀଗୁଡିକୁ ଧିରେ ଧିରେ ଏହି ସବୁ ପ୍ରକଳ୍ପରୁ ବାଦ୍ ଦିଆଯାଉଛି।
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାପାନର ବିଦେଶ ମନ୍ତ୍ରୀ ତୋଷି ମିତେସୁଙ୍କ ମଧ୍ୟରେ ଟୋକିଓରେ ଏ ନେଇ ବୈଠକ ହୋଇଥିଲା ।
ସାଇବର ସିକ୍ୟୁରିଟି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା । ଭାରତ ସାଇବର ସିକ୍ୟୁରିଟି ପାଇଁ ମଧ୍ୟ ଜାପାନ ସହ ବୁଝାମଣା କରିଛି । ଏହା ଦ୍ୱାରା ଦୁଇ ଶାନ୍ତିପ୍ରିୟ ଦେଶ ମଧ୍ୟରେ ସମ୍ପର୍କ ନିବୀଡ ହେବ ବୋଲି ଆଶା କରାଯାଉଛି । ଚୀନ ତାର ସମସ୍ତ ପଡୋଶୀ ଦେଶଗୁଡିକ ସହ ଅଶାନ୍ତି ସୃଷ୍ଟି କରୁଥିବାରୁ ଧିରେ ଧିରେ ଏକୁଟିଆ ପଡିବାରେ ଲାଗିଛି ।
Comments are closed.