Latest Odisha News

ବକ୍ସିଂ ବିବାଦ: ଆଇବିଏର ହାତ ଛାଡିଲା ବିଏଫଆଇ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଗେମ୍ସ ଠିକ ପୂର୍ବରୁ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ ନିଲମ୍ବିତ ଆନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନର ହାତ ଛାଡି ଦେଇଛି । ବିଏଫଆଇ ଏବେ ୱାର୍ଲ୍ଡ ବକ୍ସିଂର ସଦସ୍ୟତା ମଧ୍ୟ ନେଇସାରିଛି । ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ଚେତାବନୀ ପରେ ବିଏଫଆଇ ଏହି ନିଷ୍ପତି ନେଇଛି । ଆଇଓସି ସ୍ପଷ୍ଟ ଭାବେ କହିଛି ଆଇବିଏ ଯଦି ଆନ୍ତର୍ଜାତୀୟ ସଂଘ ସହିତ ରହିବ ତେବେ ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକରେ ବକ୍ସିଂକୁ ହଟେଇ ଦିଆଯିବ । ୨୦୧୯ରେ ବିଭିନ୍ନ କାରଣ ନେଇ ଆଇବିଏର ମାନ୍ୟତା ରଦ୍ଦ କରି ଦିଆ ଯାଇଥିଲା । ୨୦୨୩ରେ ୱାର୍ଲ୍ଡ ବକ୍ସିଂର ଗଠନ କରାଯାଇଛି ।

ସୂଚନାଯୋଗ୍ୟ, ଇତି ମଧ୍ୟରେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ବକ୍ସରମାନେ ୪ଟି କୋଟା ହାସଲ କରି ସାରିଛନ୍ତି । ଲଭଲୀନା ବୋରଗେହାନ, ମେରୀ କମ ଓ ବିଜେନ୍ଦର ସିଂ ଭାରତ ପାଇଁ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ୱାର୍ଲ୍ଡ ବକ୍ସିଂର ସଭାପତି ୱାନ ଡେର ବୋର୍ଷ୍ଟ ବିଏଫଆଇ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

Comments are closed.