Latest Odisha News

BREAKING NEWS

ଭାରତୀୟ ସେନାର କାଉଣ୍ଟର ଆଟାକ୍ ଆରମ୍ଭ ;ଲାହୋର-ସିଆଲକୋଟରେ ପ୍ରତିରକ୍ଷା ପ୍ରଣାଳୀ ହେଲା ଧ୍ବଂସ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନରେ ପାକିସ୍ତାନର ବାୟୁସେନା ଆକ୍ରମଣ ପରେ, ଏବେ ଭାରତ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ, ଭାରତ ଲାହୋରରେ ଅବସ୍ଥିତ ପାକିସ୍ତାନର AWACS (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ)କୁ ଧ୍ୱଂସ କରିଦେଇଛି। ଏହା ବ୍ୟତୀତ ଭାରତ ପାକିସ୍ତାନର ଫୈସଲାବାଦ, ସରଗୋଧା, ମୁଲତାନ ଏବଂ ସିଆଲକୋଟ ସହରରେ ମଧ୍ୟ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଦେଇଛି।

ଭାରତର ଆକ୍ରମଣ ପରେ, ସାରା ପାକିସ୍ତାନ ଏବେ ଅନ୍ଧାରରେ । ଲାହୋର ଏବଂ ଇସଲାମାବାଦ ସମେତ ସମଗ୍ର ପାକିସ୍ତାନରେ ବ୍ଲାକଆଉଟ୍ ଲାଗିଛି।

ଭାରତୀୟ ସେନା ପାକିସ୍ତାନର ଏଫ-୧୬ ଲଢୁଆ ବିମାନ ଓ J -17 ବିମାନକୁ ଧ୍ଵଂସ କରିଛି। ପାକିସ୍ତାନର ପ୍ରତିଟି ଦୁଃସାହସର ମୁହଁତୋଡ଼ ଜବାବ ଦେଉଛି ଭାରତୀୟ ସେନା ।

ଭାରତୀୟ ସେନାର ଆଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ପକ୍ଷରୁ ମାଡ଼ କରାଯାଇଥିବା ମିସାଇଲ, ଡ୍ରୋନକୁ ଆକାଶ ମାର୍ଗରେ ମାରି ନଷ୍ଟ କରି ଦେଇଛି।

ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ସତୱାରୀ, ସାମ୍ବା, ଆରଏସ ପୁରା ଏବଂ ଆର୍ନିଆ ଉପରେ ଆଠଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ଏବଂ ସେଗୁଡ଼ିକୁ ବାୟୁ ପ୍ରତିରକ୍ଷା ୟୁନିଟ୍ ଦ୍ୱାରା ପ୍ରତିରୋଧ ଏବଂ ନିଷ୍କ୍ରିୟ କରାଯାଇଥିଲା।

Comments are closed.