Latest Odisha News

BREAKING NEWS

କରୋନା ଆକ୍ଟିଭ୍ କେସ୍ ୩୨ ହଜାର ପାର୍; କମିଛି ଟିକାକରଣ

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି କରୋନା ସଂକ୍ରମଣ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ୨୪ ଘଣ୍ଟାରେ ୫୩୫୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅକ୍ଟିଭ୍ କେସ୍ ୩୨,୮୧୪ ହୋଇଛି। ଅନ୍ୟପଟେ ଗତକାଲି ସବୁଠାରୁ କମ୍ ଟିକାକରଣ ହୋଇଛି। ଦିନକରେ ମାତ୍ର ୬୫୯ ଜଣଙ୍କୁ ଭ୍ୟାକ୍ସିନରୁ ଡୋଜ୍ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଫଳରେ ଦେଶରେ ମୋଟ ୨୨୦.୬୬ କୋଟି(୯୨.୨୧ ଦ୍ୱିତୀୟ ଡୋଜ୍ ଏବଂ ୨୨.୮୭ କୋଟି ତୃତୀୟ ଡୋଜ୍) ଦିଆଯାଇଛି। ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ୩,୭୨୬ ଜଣ ରୋଗୀ। ଫଳରେ ମୋଟ ସୁସ୍ଥ ସଂଖ୍ୟା ୪,୪୧,୯୨,୮୩୭ କୋଟି ହୋଇଛି। ସୁସ୍ଥ ହାର ୯୮.୭୪ ପ୍ରତିଶତ ରହିଛି।

ବଢ଼ୁଥିବା ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ଟେଷ୍ଟିଂ ଓ ଟିକାକରଣ ବଢ଼ାଇବାକୁ କହିବା ସହ ହସ୍‌ପିଟାଲ୍‌ଗୁଡିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ କିଛି ରାଜ୍ୟରେ ଗାଇଡ୍‌ଲାଇନ୍‌ କଡ଼ାକଡ଼ି କରି କରାଯାଇଛି। ଉତ୍ତର ପ୍ରଦେଶରେ ସମସ୍ତ ବିଦେଶ ଫେରନ୍ତା ଯାତ୍ରୀଙ୍କ ଟେଷ୍ଟିଂ ବାଧ୍ୟତାମୁଳକ କରାଯାଇଥିବା ବେଳେ କେରଳ ଡାକ୍ତରଖାନାରେ ମାସ୍କ ବାଧ୍ୟତାମୁଳକ କରାଯାଇଛି। ବର୍ତ୍ତମାନ ଉତ୍ତର ପ୍ରଦେଶରେ ୧୦୦୦ରୁ ଅଧିକ କରୋନା ସକ୍ରିୟ ମାମଲା ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.