Latest Odisha News

BREAKING NEWS

ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ମଞ୍ଜୁରୀ; ୬୦ବର୍ଷ ଅପେକ୍ଷାର ଅନ୍ତ

ନବରଗଙ୍ଗପୁର: ୬୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଜୁନାଗଡ଼-ନବରଙ୍ଗପୁର ରେଳପଥକୁ ଶେଷରେ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ପିଏମ୍‌ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍‌ ଅଧୀନରେ ଥିବା ଏନ୍‌ପିଜି(ନେଟୱାର୍କିଂ ପ୍ଲାନିଂ ଗ୍ରୁପ୍)ର ଅଧିବେଶନରେ ୧୧୬କିମି ବିଶିଷ୍ଟ ବ୍ରଡ-ଗଜ୍ ଲାଇନ୍‌କୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁମତି ଦିଆଯାଇଛି।

ଶୁକ୍ରବାର ହୋଇଥିବା ଏହି ବୈଠକରେ ମୋଟ ୪ ଟି ରେଳ ପ୍ରୋଜେକ୍ଟକୁ ଅନୁମତି ଦିଆଯାଇଛି। ଏଗୁଡ଼ିକୁ ସବୁ ନୂଆ ଇଲେକ୍ଟ୍ରିକ୍‌ ଟ୍ରାକ୍‌ରେ ଗଡ଼ିବ। ଏନ୍‌ପିଜିର ୪୬ ତମ ବୈଠକରେ ବିଭାଗର ସ୍ୱତନ୍ତ୍ର ସଚିବ, ଲଜିଷ୍ଟିକ ଡିଭିଜନ,ଡିପିଆଇଆଇଟି, ସୁମୀତା ଦୱରା ଓ ଅନ୍ୟାନ୍ୟ ବରିଷ୍ଠ ଅଫିସରମାନେ ଉପସ୍ଥିତ ଥିଲେ।

ଜୁନାଗଡ଼ରୁ ନବରଙ୍ଗପୁର ପର୍ଯ୍ୟନ୍ତ ୧୧୬ କିମି ବିଶିଷ୍ଟ ଏହି ରେଳ ପ୍ରୋଜେକ୍ଟକୁ ଏନ୍‌ପିଜି ଟିମ୍ ପରୀକ୍ଷାଣ କରିବା ପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବାଇଲାଡେଲା ଲୁହାପଥ ଖଣିରୁ ଛିତଶଗଡ଼ ରାୟପୁରରେ ଥିବା ବିଭିନ୍ନ ଷ୍ଟିଲ୍‌ ପ୍ଲାଣ୍ଟର ଦୂରତା ହ୍ରାସ ପାଇବ। ୧୩୧ କିମି ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇବା। ଏହା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏନ୍‌ପିଜ୍ ଟିମ୍ କହିଛି।

ଏହି ନୂଆ ରେଳପଥ ବିଶଖାପାଟଣା, ଗଙ୍ଗାଭରମ ଓ କାକିନାଡାର ବିଭିନ୍ନ ବନ୍ଦରରୁ କୋଇଲା ପରିବହନ ପାଇଁ ବକଳ୍ପ ମାର୍ଗ ଭାବେ ମଧ୍ୟ ବ୍ୟବହାର କରାଯିବ ବୋଲି କୁହାଯାଉଛି। ଏହି ପ୍ରକଳ୍ପ ହେଲେ  ଜୁନାଗଡ଼, ଜୟପୁର ଓ କୋରାପୁଟରେ ବହୁମୁଖୀ ପଣ୍ୟ ସୁବିଧା କେନ୍ଦ୍ର ସ୍ଥାପନ ହେବ।

ସୂଚନା ଥାଉକି, କଳାହାଣ୍ଡି ଜିଲ୍ଲା ସହ ନବରଙ୍ଗପୁର ଜିଲ୍ଲାକୁ ‌ରେଳପଥରେ ସଂଯୋଗ କରିବାକୁ ୧୯୬୨ ମସିହାରେ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ତତ୍କାଳୀନ କଳାହାଣ୍ଡି ସାଂସଦ ମହାରାଜା ପ୍ରତାପ କେଶରୀ ଦେଓଙ୍କ ସମୟରେ ରେଳପଥ ପାଇଁ ସର୍ଭେ ମଧ୍ୟ ହୋଇଥିଲା। କିନ୍ତୁ କିଛି କାମ ହୋଇପାରି ନଥିଲା। ପୁଣି ୧୯୯୧ ମସିହାରେ ତତ୍କାଳୀନ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ ରେଳ ରାଷ୍ଟ୍ର ମନ୍ତ୍ରୀ ହେବାପରେ ଜୁନାଗଡ଼ ଠାରୁ ନବରଙ୍ଗପୁର ଦେଇ ଆମ୍ବାଦଳ ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ଉଦ୍ୟମ କରିଥିଲେ। ହେଲେ କଥା ଆଗକୁ ବଢିପାରି ନଥିଲା। ସୂଚନା ଥାଉକି ଗତବର୍ଷ ଏପ୍ରିଲ ମାସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୟପୁର-ନବରଙ୍ଗପୁର ରେଳପଥ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ ହେବ ବୋଲି ଘୋଷଣା କରିଥିଲେ।

Leave A Reply

Your email address will not be published.