Latest Odisha News

BREAKING NEWS

ଆଜି ଦେଶରୁ ୩ଲକ୍ଷ ୩୭ ହଜାର କରୋନା ଆକ୍ରାନ୍ତ, ଗତକାଲି ଅପେକ୍ଷା ସାମାନ୍ୟ କମିଛି

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୭ହଜାର ୭୦୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୯ହଜାର ୫୫୦ କମ୍ ନୂଆ ମାମଲା ବାହାରିଛି । ଗତକାଲି ସାରା ଦେଶରୁ ଚିହ୍ନଟ ହୋଇଥିଲେ ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ ।

BjdElectrycity

ସଂକ୍ରମଣର ଟପ୍ ୫ ରାଜ୍ୟ ମହାରାଷ୍ଟ୍ରରୁ ୪୮ହଜାର ୨୭୦, କର୍ଣ୍ଣାଟକରୁ ୪୮ହଜାର ୪୯, କେରଳରୁ ୪୧ହଜାର ୬୬୮, ତାମିଲନାଡୁରୁ ୨୯ହଜାର ୮୭୦ ଓ ଗୁଜରାଟରୁ ଚିହ୍ନଟ ହୋଇଛନ୍ତି ଆଉ ୨୧ହଜାର ୨୨୫ ସଂକ୍ରମିତ । ମୋଟ୍ ଆକ୍ରାନ୍ତଙ୍କର ୫୬ ପ୍ରତିଶତ ନୂଆ କେସ୍ କେବଳ ୫ ରାଜ୍ୟରୁ ବାହାରିଛି ।

ଦେଶରେ ଏବେ ପଜିଟିଭ୍ ହାର ରହିଛି ୧୭.୨୨ ପ୍ରତିଶତ । ଗତକାଲି ଅପେକ୍ଷା ଆଜି ମୃତ୍ୟୁସଂଖ୍ୟା କମିଛି । ୨୪ ଘଣ୍ଟାରେ ଦେଶରୁ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪୮୮ ଜଣ । ଗତକାଲି ମୃତ୍ୟୁସଂଖ୍ୟା ସାତ ଶହ ଉପରେ ରହିଥିଲା । କରୋନାରୁ ସୁସ୍ଥ ହୋଇଛନ୍ତି ୯୩.୩୧ ପ୍ରତିଶତ ଆକ୍ରାନ୍ତ । ଏବେ ଦଶରେ ୨୧ଲକ୍ଷ ୧୩ହଜାର କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.