Latest Odisha News

BREAKING NEWS

ଓଭରବ୍ରିଜ୍ ଉପରୁ ତଳକୁ ଖସିଲା କାର, ଛାତି ଥରାଇଲା ଭଳି ଦୁର୍ଘଟଣା

ଭୁବନେଶ୍ୱର: ଭାରସାମ୍ୟ ହରାଇ ଓଭରବ୍ରିଜ୍ ଉପରକୁ ତଳକୁ ଖସିପଡ଼ିଲା କାର୍ । ଏଥିରେ ଗାଡ଼ିରେ ଥିବା ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ଗାଡ଼ିଟି ଭାଙ୍ଗି ଚୁରମାର । ଭୁବନେଶ୍ୱର ପୁନାମା ଗେଟ୍ ରେଲଓ୍ୱେ ଓଭରବ୍ରିଜ୍ ନିକଟରେ ଆଜି ଭୋରରେ ଏଭଳି ଦୁର୍ଘଟଣା ଘଟିଛି ।

ଆଜି ଭୋର୍ ପାଖାପାଖି 4ଟା ବେଳେ ଓଭରବ୍ରିଜ୍ ଅତିକ୍ରମ କରୁଥିଲା କାର୍ । ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ପୋଲର ଡିଭାଇଡରରେ ମାଡ଼ ହୋଇଥିଲା । ଏହାପରେ ବ୍ରିଜ୍ ତଳକୁ ଖସି ପଡ଼ିଥିଲା ।

ଭୋର ସମୟରେ ଏହି ଘଟଣା ଘଟିଥିବାରୁ ସେଠାରେ କେହି ଲୋକ ନଥିବା ବଡ଼ ଧରଣର କ୍ଷୟକ୍ଷତିକୁ ଏଡ଼ାଇ ଦିଆଯାଇଛି । ନହେଲେ ଯେ କଣ ହୋଇ ଥାଆନ୍ତା ଭାବିବା କଳ୍ପନା ବାହାରେ । ପୋଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଗାଡ଼ି ଭିତରକୁ ଉଦ୍ଧାର କରିଥିଲେ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି ।

Comments are closed, but trackbacks and pingbacks are open.