Latest Odisha News

BREAKING NEWS

ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ମୋଦୀ ଦେଲେ ସ୍ୱାଗତ ସନ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଦୁଇ ଦିନ ଭାରତରେ ରହିବେ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କୁ ସ୍ୱାଗତ ସନ୍ଦେଶ ଦେଇଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏକ ଭିଡିଓ ପୋଷ୍ଟ କରି ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଗୁଜରାଟବାସୀ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି । ଏହି ଟ୍ୱିଟ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରି-ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, ଭାରତ ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛି । ଏହା ବେଶ୍ ସମ୍ମାନର କଥା ବୋଲି ମୋଦୀ କହିଛନ୍ତି।

BjdElectrycity

ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ଟ୍ରମ୍ପଙ୍କ ଐତିହାସିକ କାର୍ଯ୍ୟକ୍ରମ ଅହମ୍ମଦାବାରୁ ଆରମ୍ଭ ହେବ । ଅହମ୍ମଦାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଯୋଗଦେବେ । ଏଠାରେ ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ମିଶି ପ୍ରାୟ ୧ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିତ ଭାବେ ସମ୍ବୋଧିତ କରିବେ । ଏହା ପରେ ଟ୍ରମ୍ପ ଆଗ୍ରା ଯିବେ । ଶେଷରେ ସେ ନୂଆ ଦିଲ୍ଲୀ ଆସିବେ । ଟ୍ରମ୍ପ ସହ ତାଙ୍କ ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ନୂଆଦିଲ୍ଲୀ ଗସ୍ତରେ ଆସୁଛନ୍ତି ।

Leave A Reply

Your email address will not be published.