Latest Odisha News

ଚାଂଚଲ୍ୟ: ପୁରୀରେ ମିଳିଲା ମଣିଷ ଖପୁରୀ

ପୁରୀ: ପୁରୀର ଦୁଇଟି ଭିନ୍ନ ସ୍ଥାନରେ ମଣିଷ ଖପୁରୀ ମିଳିବା ପରେ ସେଠାରେ ଚାଂଚଲ୍ୟ ଖେଳିଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସାଇ ମନ୍ଦିର ମଧ୍ୟରେ ଥିବା ରାସ୍ତାରେ ଖପୁରୀ ମିଳିଥିବାବେଳେ ଅନ୍ୟ ସବୁ ସାଇ ମନ୍ଦିର ପଛପଟେ ଡଷ୍ଟବିନରେ ପଡିଥିଲା ।

ଖପୁରୀ ଗୁଡିକ ଆକାରରେ ଛୋଟ ହୋଇଥିବାରୁ ତନ୍ତ୍ରମନ୍ତ୍ର ପାଇଁ ଶିଶୁ ବଳି ଦିଆଯାଇପାରେ ବୋଲି କହୁଛନ୍ତି । ଯେବେକି କିଛି ଲୋକ ବୁଲା କୁକୁର ଅନ୍ୟ କେଉଁଠୁ ଆଣି ଏଠି ପକାଇଥିବା ସନ୍ଦେହ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ପୋଲିସ ଖପୁରୀକୁ ଜବତ କରି ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଛି ।

ଏହି ଘଟଣା ୨୦୧୮ ମସିହାକୁ ମନେ ପକାଉଛି ଯେବେକି ଏକ ପ୍ରସୁତି ଡାକ୍ତରଖାନା ପରିସରରେ ଏକ ବସ୍ତା ଭିତରେ ୭ଟି ମାନବ ଖପୁରୀ ମିଳିଥିଲା ।

Leave A Reply

Your email address will not be published.