Latest Odisha News

ଭାରତୀୟ ଇନିଂସର ନାଟକୀୟ ପତନ: ୧୧ ବଲ, ୦ରନ, ୬ ୱିକେଟ

କେପଟାଉନ: ଚଳିତ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନାଟକୀୟ ଢ଼ଙ୍ଗରେ ୱିକେଟ ପତନ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ୨୦ଟି ୱିକେଟର ପତନ ହୋଇସାରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୫୫ ରନରେ ଅଲଆଉଟ ହୋଇ ଯାଇଥିଲା । ଜବାବରେ ଭାରତ ପ୍ରଥମ ଇନିଂସରେ ଭଲ ଅଗ୍ରଣୀ ହାସଲ କରିବ ବୋଲି ଆଶା କରାଯାଉଥିଲା । ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଏକଦା ୪ ୱିକେଟ ବିନିମୟରେ ୧୫୩ ରନ କରି ଭଲ ସ୍ଥିତିରେ ରହିଥିଲା । ମାତ୍ର ହଠାତ ସବୁ କିଛି ଏପଟ ସେପଟ ହୋଇ ଯାଇଥିଲା । ଭାରତ ୧୧ଟି ବଲରେ ୬ ୱିକେଟ ହରାଇ ସମାନ ସ୍କୋରରେ ଅଲଆଉଟ ହୋଇ ଯାଇଥିଲା ।

ଏହା ସତ୍ୱେ ଟିମ ଇଣ୍ଡିଆ ୯୮ ରନର ଅଗ୍ରଣୀ ହାସଲ କରିନେଇଛି । ୭ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ । ବିରାଟ କୋହଲି ୪୬, ରୋହିତ ଶର୍ମା ୩୯, ଶୁଭମନ ଗିଲ ୩୬ ରନ କରିଥିଲେ । ନାନ୍ଦ୍ରେ ବର୍ଗର, କାଗିସୋ ରାବାଡା ଓ ଲୁଙ୍ଗି ଏନଗିଡି ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

Comments are closed.