ନୂଆଦିଲ୍ଲୀ: ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଭାରତୀୟ ଅଲିମ୍ପିକ ସଂଘ ଔପଚାରିକ ଭାବେ ଆନ୍ତର୍ଜାତୀୟ ଅଲିମ୍ପିକ ସମିତିକୁ ପତ୍ର ମଧ୍ୟ ପଠାଇଛି । ଏଥିରେ ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଗ୍ରହୀ ବୋଲି ଉଲ୍ଲେଖ କରାଯାଇଛି । ଏବେ ଏକ ରିପୋର୍ଟ ଅନୁସାରେ ଭାରତ ଯଦି ଅଲିମ୍ପିକ ଆୟୋଜନ କରିବ ତେବେ ୩୪,୭୦୦ରୁ ୬୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ପ୍ୟାରିସ ଅଲିମ୍ପିକ୍ସରେ ୨ଗୁଣା ହେବ । ପ୍ୟାରିସ ଗେମ୍ସରେ ୩୨,୭୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗୁଜରାଟର ୨ଟି ସହର ଏବଂ ଭୋପାଳ, ମୁମ୍ବାଇ, ଗୋଆ ଓ ପୁଣେରେ ଏହା ଆୟୋଜିତ ହୋଇପାରେ ।
ଅବଶ୍ୟ ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନି । କତାର, ସାଉଦି ଆରବ ସମେତ ଅନ୍ୟ ୧୦ଟି ଦେଶ ମଧ୍ୟ ୨୦୩୬ ଗେମ୍ସ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ୨୦୨୬ ସୁଦ୍ଧା ଆୟୋଜକ କିଏ ହେବ ତାହା ସ୍ପଷ୍ଟ ହୋଇଯାଇଥିବ ବୋଲି ଆଶା କରାଯାଉଛି । ଭାରତ ଆୟୋଜକ ଅଧିକାର ହାସଲ କଲେ ଏହା ଏକ ଐତିହାସିକ କ୍ଷଣ ହେବ ।
Comments are closed.