Latest Odisha News

BREAKING NEWS

ହକି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ ଭାରତ-ଜର୍ମାନୀ

ଟୋକିଓ: ଟୋକିଓ ଅଲିମ୍ପିକ ପୁରୁଷ ହକି ବିଭାଗରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ବ୍ରୋଞ୍ଜ ପଦକ ପାଇଁ ମୁକାବିଲା ହେବ । ସେମିଫାଇନାଲରେ ବେଲଜିୟମ ନିକଟରୁ ଭାରତ ୨-୫ ଗୋଲରେ ପରାସ୍ତ ହୋଇ ଫାଇନାଲ ଦୌଡରୁ ବାଦ ପଡିଥିଲା । ଯାହା କି ଭାରତୀୟ ହକି ପ୍ରେମୀଙ୍କୁ ନିରାଶ କରିଛି । ବ୍ରୋଞ୍ଜ ପଦକ ଜିତି ଭାରତ ଏହି ଦୁଃଖ ଲାଘବ କରିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଜର୍ମାନୀ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ୧-୩ ଗୋଲରେ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ଏବଂ ବେଲଜିୟମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

୨ଟି ଯାକ ମୁକାବିଲା ଗୁରୁବାର ଖେଳାଯିବ । ଭାରତ ଅଲିମ୍ପିକ୍ସରେ ଓଭରାଲ ଏ ପର୍ଯ୍ୟନ୍ତ ହକିରେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ଜିତିଛି । ଜର୍ମାନୀ ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ଜିତିଛି । ଗତ ସଂସ୍କରଣରେ ଜର୍ମାନୀ ବ୍ରୋଞ୍ଜ ପଦକ ହାସଲ କରିଥିଲା । ତେବେ ଚଳିତ ସଂସ୍କରଣରେ ଜର୍ମାନୀ ତୁଳନାରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ରହିଛି ।

Leave A Reply

Your email address will not be published.