Latest Odisha News

BREAKING NEWS

ଖୋର୍ଦ୍ଧାରେ ଚାଞ୍ଚଲ୍ୟ, ଯୁବକକୁ ହତ୍ୟା କରି ପୋଡ଼ିଦେଲେ

ଖୋର୍ଦ୍ଧା : ଖୋର୍ଦ୍ଧାରେ ଚାଞ୍ଚଲ୍ୟ । ଯୁବକକୁ ହତ୍ୟା କରି ପୋଡ଼ିଦେଲେ । ଆଦିବାସୀ ଯୁବକଙ୍କୁ ଘରୁ ଡାକିନେଇ ହତ୍ୟାକରୀ ଶ୍ମଶାନରେ ପୋଡି ଦେଇଛନ୍ତି ଦୁର୍ବୃତ୍ତ । ଘଟଣାରେ ପୋଲିସ ୬ ଜଣଙ୍କୁ ଅଟକ ରଖି ଚଳାଇଛି ତଦନ୍ତ । ଖୋର୍ଦ୍ଧା ଏସଡିପିଓ, ବେଗୁନିଆ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ବେଗୁନିଆ ଥାନା ଡିଙ୍ଗର ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ଗତ ୧ ତାରିଖ ଦିନ ଗାଁ ସଭାରେ ଯାଇଥିଲେ । ହେଲେ କୌଣସି କାରଣରୁ ଗ୍ରାମସଭାରେ ଡାକି ଠେଲା ପେଲାଠେଲା କରିଥିଲେ ଦୁର୍ବୃତ୍ତ । ଏହାପରେ ପୁଣି ଗତକାଲି ରାତିରେ ସେହି ଗାଁର ୨ ଯୁବକ ସମନି ନାୟକ ଓ ଟୁଲୁ ବେହେରା ସତ୍ୟବ୍ରତଙ୍କୁ ସଭା ଅଛି କହି ଘରୁ ଡାକି ନେଇଥିଲେ । ଏମାନେ ହତ୍ୟା କରି ଖୋର୍ଦ୍ଧା ସଦର ଥାନା କରଡ଼ଗାଡ଼ିଆର ପଟାସ ଜଙ୍ଗଲ ଭିତରେ ଥିବା ଶ୍ମଶାନରେ ପୋଡି ଦେଇଥିବା ସତ୍ୟବ୍ରତଙ୍କ ପୁତୁରା ବସନ୍ତ ନାୟକ ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.