Latest Odisha News

BREAKING NEWS

ସେମିରେ ଭାରତୀୟ ପୁରୁଷ ହକି ଟିମ୍

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳାଯାଇଥିବା କ୍ବାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିପାଇନାଲରେ ପହଞ୍ଚିଛି ଭାରତ । ସେମିଫାଇନାଲରେ ଭାରତ ମୁକାବିଲା ବେଲଜିୟମ ସହ ହେବ । ଆସନ୍ତା ବୁଧବାର ଏହି ମ୍ୟାଚ ଖେଳାଯିବ ।

ଆଜି ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ହାର୍ଦ୍ଦିକ ସିଂହ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ । ସେହିପରି ବ୍ରିଟେନ୍ ପକ୍ଷରୁ ସାମ୍ ୱାର୍ଡ ଗୋଟିଏ ଗୋଲ୍‌ ଦେଇଥିଲ । ଆଜିର ମ୍ୟାଚରେ ବିଜୟ ସହ ଭାରତ ଆଉ ଏକ ସଫଳତା ହାସଲ କରିଛି । ୪୦ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ କରିଛି । ଏହା ପୂର୍ବରୁ ୧୯୮୦ ଅଲିମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା । ଅନ୍ୟପଟେ ଆସନ୍ତାକାଲି ଭାରତୀୟ ମହିଳା ଟିମ୍ କ୍ବାର୍ଟର୍ ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ।

Leave A Reply

Your email address will not be published.