Latest Odisha News

BREAKING NEWS

ବିମାନରେ ବିଦେଶୀ ଗାଇଲେ ଭାରତର ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ଭାରତରେ ରହୁଥିବା କୋଟି କୋଟି ଲୋକ ନିଜ ଦେଶକୁ ଭଲ ପାଇବା ସହ ହୃଦୟରୁ ସମ୍ମାନ କରନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଠିଆ ହୋଇ ସମସ୍ତେ ଜାତୀୟ ସଙ୍ଗୀତକୁ ଗାନ କରିଥାଆନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭାରତୀୟ ନୁହେଁ ବିଦେଶୀମାନେ ବିମାନରେ ଭାରତର ଜାତୀୟ ସଙ୍ଗୀତ ଗାନ କରୁଛନ୍ତି। ବିମାନଟି ଦିଲ୍ଲୀରୁ ତିବ୍ଲିସି ଯାଉଥିଲା । ଏହି ଭିଡିଓକୁ ଏବେ ସୋସିଆଲ ମିଡିଆରେ ପ୍ରଶଂସା କରାଯାଉଛି ।

 

View this post on Instagram

 

A post shared by Darispan Prasher (@darpanprasher)

ଏହି ଭିଡିଓକୁ ନ୍ୟୁବ୍ୟାନଚର୍ ନାମକ ଏକ ବ୍ୟାଣ୍ଡର ସଦସ୍ୟମାନେ ପ୍ରସ୍ତୁତ କରିଛନ୍ତି । ଇଣ୍ଡିଗୋ ବିମାନରେ ଏହି ବ୍ୟାଣ୍ଡର ସଦସ୍ୟମାନେ ଦିଲ୍ଲୀରୁ ତିବ୍ଲିସି ଯାଉଥିଲେ । ଏହି ସମୟରେ ସେମାନେ ଏକାଠି ହୋଇ ଭାରତର ଜାତୀୟ ସଙ୍ଗୀତ ଗାନ କରିଥିଲେ। ବିମାନରେ ତାଙ୍କର ଏହି ପରିବେଷଣକୁ  ଲୋକେ ପ୍ରଶଂସା କରିଛନ୍ତି । ଏହି  ବ୍ୟାଣ୍ଡ ସଦସ୍ୟମାନେ ନିଜ କାର୍ଯ୍ୟକ୍ରମର ସିଧାପ୍ରସାରଣ କରି ମଧ୍ୟ ବହୁ ପ୍ରଶଂସା ସାଉଁଟିଛନ୍ତି । ଏମିତିକି ଅନେକ ଦେଶର  ଗୀତ ଗାଇ ମଧ୍ୟ ନିଜ କଳାର ପ୍ରଦର୍ଶନ କରିଛନ୍ତି ।

ଏହି ଭିଡିଓକୁ ଇନଷ୍ଟଗ୍ରାମରେ ଲକ୍ଷରୁ ଅଧିକ ଲୋକ  ଦେଖିସାରିଲେଣି । ଆଉ ପ୍ରଶଂସକମାନେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଏହି ବିମାନରେ କିଛି ଭାରତୀୟ ଥିବା ମଧ୍ୟ ଜଣାପଡ଼ିଛି । ଜାତୀୟ ସଙ୍ଗୀତ ଶୁଣିବା ମାତ୍ରେ ନିଜ ସିଟରୁ ଉଠି ପଡ଼ି ଠିଆ ହୋଇଛନ୍ତି । ଆଉ କିଛି ଲୋକ ନିଜ ମୋବାଇଲରେ ଫୋନରେ ଏହି ଦୃଶ୍ୟକୁ କଏଦ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.