ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ଜିତିବାକୁ ହେଲେ ଭାରତକୁ ଆଗରେ ଆହୁରି ୩୦୯ ରନ୍ ଦରକାର । ହାତରେ ଗୋଟିଏ ଦିନ ଖେଳ ବାକି ଅଛି । ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ୍ ଇଣ୍ଡିଆ ଦୁଇ ଓ୍ୱିକେଟ ହରାଇ କରିଛି ୯୮ ରନ୍ । ଅପରାଜିତ ଅଛନ୍ତି ଚେତେଶ୍ୱର ପୂଜାରା ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ।

ଆଜି ଦ୍ୱିତୀୟ ଇନିଂସ ଆରମ୍ଭରୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ । ତେବେ ବେଶୀ ସମୟ ତିଷ୍ଠି ପାରିଲେ ନାହଁ । ଶୁଭମନ୍ ଗିଲ୍ ୩୧ରନ୍ କରି ପାଭିଲନ୍ ଫେରିଥିଲେ । ଅର୍ଦ୍ଧାଶତକ ହାସଲ କରିଥିଲେ ରୋହିତ ଶର୍ମା । କିନ୍ତୁ ବ୍ୟକ୍ତିଗତ ସ୍କୋର ୫୨ରନରେ ଆଉଟ୍ ହୋଇଥିଲେ ।

ଅଷ୍ଟ୍ରେଲିଆ ଭାରତ ଆଗରେ ୪୦୭ ରନର ବିଜୟ ଲକ୍ଷ୍ୟ ଦେଇଛି । ଦ୍ୱିତୀୟ ଇନିଂସରେ ଘରୋଇ ଦଳ ୬ ଓ୍ୱିକେଟ ବିନିମୟରେ ୩୧୨ରନ୍ କରି ପାଳି ଘୋଷଣା କରିଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତଠାରୁ ୪୦୬ରନରେ ଆଗରୁଆ ରହିଥିଲା କଙ୍ଗାରୁ ବାହିନୀ ।
BREAKING NEWS
- ଭାରତ ସରକାରଙ୍କ ପକ୍ଷରୁ କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତର ସମ୍ପସ୍ରାରଣକୁ ମିଳିଲା ପରିବେଶ ମଞ୍ଜୁରୀ
- Suicide Attack in Nigeria: ନାଇଜେରିଆର ମୈଦୁଗୁରି ସହରରେ ଆତ୍ମଘାତୀ ଆକ୍ରମଣ; ୨୩ ମୃତ, ୧୦୦ ରୁ ଅଧିକ ଆହତ
- ଆଫଗାନିସ୍ତାନରେ ଅହମଦୀମାନଙ୍କ ଉପରେ ଅତ୍ୟାଚାର ଓ ବିମାନ ଆକ୍ରମଣ ପାଇଁ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ
- ଡ୍ରୋନ୍ ସାହାଯ୍ୟରେ ଭାରତରେ ଆତଙ୍କ ସୃଷ୍ଟି କରିବା ଷଡ଼ଯନ୍ତ୍ର ପଣ୍ଡ, ଜଣେ ଆମେରିକୀୟ ସହ ୬ ୟୁକ୍ରେନୀୟ ନାଗରିକ ଗିରଫ
- Bomb Blast: ଭୟଙ୍କର ବୋମା ବିସ୍ଫୋରଣ: ଛିଡିଗଲା ଯୁବକଙ୍କ ହାତ ପାପୁଲି…
- ନିଲମ୍ବିତ ବିଧାୟକଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ ମୋକିମ୍
- Maternity Leave Adoptive Mothers: ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
- ସମସ୍ୟା ପାଇଁ ଆସିଥିଲେ ଉଠାଇ ନେଲା ପୋଲିସ
- ଏସସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ
- ବିଦେଶିନୀଙ୍କୁ ପାଗଳ କରିଦେଲା ଓଡିଆ ପୁଅର ପ୍ରେମ
Comments are closed.