Latest Odisha News

BREAKING NEWS

ଉପାନ୍ତ ଇଲାକାର ଡିଜିଟାଲ ଚାଷୀ : ପଢ଼ନ୍ତୁ ଘାସିରାମଙ୍କ ସଫଳତାର ସିକ୍ରେଟ

କୋରାପୁଟ: ଅନେକ ସମୟରେ ଦେଖାଯାଏ ଯେ ଚାଷୀ ଭାଇ କୃଷିକାର୍ଯ୍ୟ ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ସଠିକ ସମୟରେ ପାଇପାରି ନ ଥାନ୍ତି । ଫଳରେ ବର୍ଷ ତମାମ ଝାଳ ବୁହା ପରିଶ୍ରମ କରିଥିଲେ ସୁଦ୍ଧା ସେମିତି କିଛି ଆଖି ଦୃଶିଆ ଲାଭ ପାଇପାରି ନ ଥାନ୍ତି । ଆଉ ପରାମର୍ଶ ଯଦି ସଠିକ୍ ମିଳେ ତେବେ ଚାଷୀ କେମିତି ସଫଳ ହୋଇଥାନ୍ତି ତାହାର ଏକ ଉଦାହରଣ ଦେଖିବା ।

କୋରାପୁଟ ବୋରିଗୁମ୍ମା ବ୍ଲକ କାମତା ଗାଁର ଘାସିରାମ ଗୌଡ । ପିଲାଟି ଦିନରୁ ଚାଷ କାମ ପାଇଁ ମନ ବଳାଇଥିବା ବେଲେ ପରବର୍ତ୍ତୀ ସମୟରେ ଏହାକୁ ନିଜ ଜୀବିକା କରିବା ପାଇଁ ସ୍ଥିର କଲେ । ତେବେ ଚାଷ କାମରେ ସଠିକ ଜ୍ଞାନ ନ ଥିବା ହେତକୁ ଅନେକ ସମୟରେ ତାଙ୍କ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିପାରୁ ନ ଥିଲେ । ଯେତେବେଳେ ଯିଏ ଯାହା ଔଷଧ କହିଲା ତାହା ପ୍ରୟୋଗ କରି ଫସଲ ନଷ୍ଟ ହେଉଥିଲା । ଅମଳ ସେମିତି ଆଖିଦୃଶିଆ ବି ନ ଥିଲା ।

୨୦୧୮ମସିହାରେ ହଠାତ ଦିନେ ସେ ଖବର କାଗଜ ପଢିବା ବେଳେ ରିଲାଏନ୍ସ ଫାଉଣ୍ଡେସନ ସମ୍ପର୍କରେ ଜାଣିବାକୁ ପାଇଲେ । ଦୈନିକ ସ୍ଥାନୀୟ ପାଣିପାଗ ଭିତ୍ତିକ କୃଷି ପରାମର୍ଶ, ୧୮୦୦-୪୧୯-୮୮୦୦ ନିଃଶୁଳ୍କ ହେଲ୍ପ ଲାଇନ ନମ୍ବରରେ ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ନେଇପାରିଲେ । ପରାମର୍ଶ ଅନୁସାରେ କାମ କରି ଏବେ ସେ ଧାନ, ପନିପରିବା ଅଧିକ ଅମଳ କରିପାରୁଛନ୍ତି । ଏହା ସହିତ ସହିତ ଘରେ ଥିବା ଗାଈମାନଙ୍କ ପାଇଁ ସବୁଜ ଘାସ ବି ଯୋଗାଇ ପାରୁଛନ୍ତି ।

ଗତ ଖରିଫ ଋତୁରେ ସେ ନିଜର ଦୁଇ ଏକର ଓ ଭାଗରେ ଆଣିଥିବା ତିନି ଏକର ଜମିରେ କରିଥିବା ଧାନ ଫସଲରେ ଚକଡ଼ାପୋକ ଲାଗିଯାଇଥିଲା । ରିଲାଏନ୍ସ ଫାଉଣ୍ଡେସନ ପରାମର୍ଶ କ୍ରମେ ଏହାକୁ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ପ୍ରାୟ ୧୨୫ କ୍ୟୁଇଣ୍ଟାଲ ଧାନ ଅମଳ କରିପାରିଛନ୍ତି । ଘରେ ବସି ମୋବାଇଲରେ ବିଶେଷଜ୍ଞଙ୍କ ସହ ନିୟମିତ କଥାବାର୍ତ୍ତା ମଧ୍ୟ ହେଉଛନ୍ତି ସେ ।

କେବଳ ଘାସିରାମ ନୁହେଁ ପଡୋଶୀ ଚାଷୀମାନଙ୍କୁ ମଧ୍ୟ ଘାସିରାମ ରିଲାଏନ୍ସ ଫାଉଣ୍ଡେସନ ଓ ଏଠାରୁ ମିଳୁଥିବା ପରାମର୍ଶ ସମ୍ପର୍କରେ ବି ଜଣାଉଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳର ଚାଷୀ ଉପକୃତ ହେଉଛନ୍ତି ।

Leave A Reply

Your email address will not be published.