Latest Odisha News

BREAKING NEWS

ଏସିଆ କପ କ୍ରିକେଟ : ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ମ୍ୟାଚ

ଦୁବାଇ: ଏସିଆ କପ କ୍ରିକେଟର ସୁପର ଫୋର ମୁକାବିଲାରେ ପାକିସ୍ତାନଠାରୁ ଭାରତ ହାରିବା ପରେ ଆଉ ଅଳ୍ପ ସମୟ ପରେ ଶ୍ରୀଲଙ୍କାକୁ ଭେଟିବ । ଏହି ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି । ଭାରତ ତାର ପ୍ରଥମ ମ୍ୟାଚ ହାରିଥିବା ବେଳେ ଶ୍ରୀଲଙ୍କା ବିଜୟ ହାସଲ କରିଛି । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆ ଉପରେ ଅଧିକ ଚାପ ରହିବ । ୟୁଜଭେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇପାରେ । ସେ ପାକିସ୍ତାନ ବିପକ୍ଷ ମ୍ୟାଚରେ ସମ୍ପୂର୍ଣ୍ଣ ପ୍ରଭାବହୀନ ରହିଥିଲେ । ଅପରପକ୍ଷରେ ରବି ବିଶ୍ନୋଇ ୪ ଓଭରରେ ୨୬ ରନ ଦେଇ ଗୋଟିଏ ୱିକେଟ ଅକ୍ତିଆର କରି ପ୍ରଭାବିତ କରିଛନ୍ତି । ଶ୍ରୀଲଙ୍କାର ପ୍ରଥମ ୬ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୩ଜଣ ବାମହାତୀ । ରଣନୀତି ଅନୁସାରେ ଚହଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ସୁଯୋଗ ମିଳିପାରେ । ଚଳିତ ଏସିଆ କପରେ ଏହା ତାଙ୍କର ପ୍ରଥମ ମ୍ୟାଚ ହେବ । ସେହିପରି ରିଷଭ ପନ୍ତଙ୍କ ସ୍ଥାନରେ ଫିନିଶର ଦୀନେଶ କାର୍ତିକଙ୍କୁ ସୁଯୋଗ ମିଳିପାରେ । ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ କେଏଲ ରାହୁଲଙ୍କୁ ଏହି ମ୍ୟାଚରେ ବଡ ଇନିଂସ ଖେଳିବାକୁ ପଡିବ । ଉଭୟ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି ।

ଦୁବାଇ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ଥିବାରୁ ପୂର୍ବ ମ୍ୟାଚ ପରି ଶେଷ ଭାଗରେ ସ୍ପିନରଙ୍କୁ ସହାୟ ହୋଇପାରେ । କ୍ରିକେଟ ସମୀକ୍ଷକଙ୍କ ମତରେ ଟସ ଜିତିବା ଦଳ ପ୍ରଥମେ ଫିଲ୍ଡିଂ ନେବାକୁ ପସନ୍ଦ କରିବ । ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସେମାନଙ୍କୁ ଚିରାଚରିତ ଖେଳ ଖେଳି ବିପକ୍ଷ ଦଳକୁ ଚାପରେ ରଖିବାକୁ ହେବ । କାଗଜ କଲମରେ ଭାରତ ପଲା ଶ୍ରୀଲଙ୍କା ବିପକ୍ଷରେ ଭାରୀ ରହିଛି । ଉଭୟଙ୍କ ମଧ୍ୟରେ ୨୫ ମ୍ୟାଚ ଖେଳାଯାଇଛି । ଭାରତ ୧୭ ଏବଂ ଶ୍ରୀଲଙ୍କା ୭ ମ୍ୟାଚରେ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ ଫଳାଫଳ ଶୂନ୍ୟ ରହିଛି ।

Leave A Reply

Your email address will not be published.