Latest Odisha News

BREAKING NEWS

ଭାରତ ସରକାରଙ୍କ ପଦକ୍ଷେପ: ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପରୁ ଉଠିଲା ଆଂଶିକ କଟକଣା

ନୂଆଦିଲ୍ଲୀ: ଭାରତ ସରକାର ମଙ୍ଗଳବାର ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପରୁ ଆଂଶିକ କଟକଣା ଉଠାଇ ଦେଇଛି । ତେବେ ସରକାରଙ୍କ ଏ ନିଷ୍ପତି ନେଇ ବିରୋଧୀ ଦଳ ରାଜନୀତି କରିବା ଆରମ୍ଭ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ଆଗରେ ମୋଦି ସରକାର ମୁଣ୍ଡ ନୁଆଁଇଲା ବୋଲି ସେମାନେ କହଛନ୍ତି । କେନ୍ଦ୍ର ସରକାର ହାଇଡ୍ରୋକ୍ସିକ୍ଲୋରୋକୁଇନ ଏବଂ ପାରାସିଟାମୋଲ ଔଷଧର ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ଆଂଶିକ ଭାବେ ପ୍ରତ୍ୟାହାର କରାଯାଇଛି। ମାନବିକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଯେଉଁ ଦେଶ ଭାରତକୁ ସହାୟତା ମାଗିଛନ୍ତି କେବଳ ସେହି ଦେଶଗୁଡ଼ିକୁ ଏହି ଔଷଧ ଯୋଗାଣ ହୋଇପାରିବ। ତେବେ ଦେଶରେ ଏହି ଔଷଧର ରହିଥିବା ଆବଶ୍ୟକତା ପୂରଣ ହେବା ପରେ ଷ୍ଟକ ରହିଥିବା ଔଷଧକୁ ଦୃଷ୍ଟିରେ ରଖି ଏହାର ରପ୍ତାନୀ କରାଯିବ। ଆମେରିକା ସମେତ ବିଶ୍ବର ବିଭିନ୍ନ ଦେଶ ପକ୍ଷରୁ ବାରମ୍ବାର ଏହି ଔଷଧ ଯୋଗାଇବାକୁ ଭାରତକୁ ନିବେଦନ କରାଯାଇଥିଲା। ଏ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ କହିଛନ୍ତି, କରୋନା ଭୂତାଣୁକୁ ନେଇ ବିଶ୍ବରେ ଲାଗିରହଥିବା ମହାସଙ୍କଟ ସମୟରେ ସମସ୍ତେ ମିଳିମିଶି ଲଢ଼ିବା। ଆମେ ବି ବାରମ୍ବାର ଏହି ଦିଗରେ ପଦକ୍ଷେପ ନେଉଛୁ, ଯାହା ଉଦାହରଣ ହେଉଛି ଆମେ ଅନେକ ଦେଶରୁ ବିଭିନ୍ନ ଦେଶର ନାଗରିକଙ୍କୁ ଉଦ୍ଧାର କରିଛୁ।

Leave A Reply

Your email address will not be published.