Latest Odisha News

BREAKING NEWS

ସୁରକ୍ଷା ଉଦ୍ଦେଶ୍ୟରେ ପୂର୍ବ ତଟ ରେଳପଥ ମୁତୟନ କରିବ ଡ୍ରୋନ୍ କ୍ୟାମେରା !

ନୂଆଦିଲ୍ଲୀ: ଯେହେତୁ କୋଭିଡ଼୍‌-୧୯ ଭୂତାଣୁ ସଂକଟ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି ଏବଂ ଏହି ସଂକ୍ରମଣର ବ୍ୟପକତାକୁ ପ୍ରତିହତ କରିବାକୁ ବିଭିନ୍ନ ଦେଶ ତାଲାବନ୍ଦ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳପଥ ମଧ୍ୟ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିର ଚଳାଚଳ ବନ୍ଦ କରିଛି । କିନ୍ତୁ ସାରା ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ବାଧାହୀନ ଭାବେ ପରିବହନ କରିବାକୁ ମାଲବାହୀ ଟ୍ରେନ୍ ଗୁଡ଼ିକ ନିୟମିତ ଭାବେ ଚଳାଚଳ କରୁଛି । ଏହି ସଂକଟଜନକ ପରିସ୍ଥିତିରେ ପୂର୍ବ ତଟ ରେଳପଥର କେତେକ ଶାଖାରେ ସୁରକ୍ଷାବଳର ମୁତୟନ ବନ୍ଦ ଅଛି ଓ କିଛି ସ୍ଥାନରେ କମ୍ ମୁତୟନ ହୋଇଛନ୍ତି ।

ଏହି ତାଲାବନ୍ଦ ସମୟରେ ଟ୍ରେନ୍ କୋଚ୍ ଓ ଯାତ୍ରୀ ସଂରକ୍ଷଣ କେନ୍ଦ୍ର ସବୁ ବ୍ୟବହାର ନହୋଇ ତାଲାବନ୍ଦ ହୋଇ ରହିଛି । ଏହା ସହିତ ବ୍ୟବହାର ହେଉଥିବା ସିଗ୍‌ନାଲିଙ୍ଗ୍ ଭିତ୍ତିଭୂମି, ଷ୍ଟେସନ୍ ରିଲେ ରୁମ୍‌, ଗୁଡ଼ସ୍ ସେଡ଼୍‌, ୱାଗନ୍ ଷ୍ଟକ୍ ଇତ୍ୟାଦିର ସୁରକ୍ଷା ରେଳ ସୁରକ୍ଷାବଳ (ଆର୍‌.ପି.ଏଫ୍‌) ଉପରେ ନ୍ୟସ୍ତ, ଏହା ବ୍ୟବହାର ହେଉ କି ନହେଉ । ସମୁଦାୟ ପୂର୍ବ ତଟ ରେଳପଥ ପରିସୀମାର ବୃହତ୍ ଅଞ୍ଚଳ ମାଓବାଦୀ ପ୍ରବଣ ହୋଇଥିବାରୁ ୨୪୍ଠ୭ ସମୟ ଧରି ରେଳପଥର ସମସ୍ତ ସ୍ଥିର ଓ କାର୍ଯ୍ୟକ୍ଷମ ହେଉଥିବା ମୂଲ୍ୟବାନ ସମ୍ପତ୍ତିର ସୁରକ୍ଷା ଏହି ତାଲାବନ୍ଦ ସମୟରେ ଏକ ଆହ୍ୱାନ ରୂପେ ଦଣ୍ଡାୟମାନ ହୋଇଛି । ତେଣୁ ଭାରତୀୟ ରେଳପଥରେ ପୂର୍ବ ତଟ ରେଳପଥ ହେଉଛି ପ୍ରଥମ ରେଳପଥ ଯିଏ ଏହି ସମ୍ପତ୍ତିର ସୁରକ୍ଷା ନିମନ୍ତେ ୨୪୍ଠ୭ ସମୟ ଧରି ଡ୍ରୋନ୍ କ୍ୟାମେରା ମୁତୟନ କରିଛି । ଏହି ଡ୍ରୋନ୍ କ୍ୟାମେରା ରେଳ ସୁରକ୍ଷା ବଳର ଅଧିକାରୀମାନଙ୍କର ନିର୍ଦ୍ଦେଶ କ୍ରମେ ମୁତୟନ କରାଯାଉଛି, ଯାହା ରେଳ ସୁରକ୍ଷାବଳର କାର୍ଯ୍ୟ ଦକ୍ଷତା ଓ ସାମର୍ଥ୍ୟ ଆଶାନୁରୂପ ଭାବେ ତୁଲାଇ ପାରିବ ।

ଅଜଗା ପଡ଼ିଥିବା ରେଳ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଡ୍ରୋନ୍‌ର ଗୁରୁତ୍ୱପୂର୍ଣ୍ଣ ସ୍ଥାପନା ଆବଶ୍ୟକ । ସେହିପରି ତାଲାବନ୍ଦ ସମୟରେ ରେଳପଥ ଟ୍ରାକ୍ ଉପରେ କୌଣସି ଲୋକଙ୍କର ଅନଧିକୃତ ଯାତାୟତକୁ ଏହା ନିଶ୍ଚିତ କରିବ । ଯେହେତୁ ଏତେ ବିଶାଳ ସମ୍ପତ୍ତି ଏବଂ ଦେଶସାରା ବିଛେଇ ହୋଇଥିବା ରେଳ ଟ୍ରାକ୍‌କୁ ବାସ୍ତବିକ ଭାବେ ଜଗି ହେବ ନାହିଁ । ସେଥି ନିମନ୍ତେ ପୂର୍ବ ତଟ ରେଳପଥ ଡ୍ରୋନ୍ କ୍ୟାମେରା ମୁତୟନର ବ୍ୟବସ୍ଥା ପ୍ରଚଳନ କରିଛି । ଆବଶ୍ୟକ ଅନୁସାରେ ଏହା ପ୍ରଥମେ ବିଶାଖାପାଟଣା, ଖୋର୍ଦ୍ଧା, ଭୁବନେଶ୍ୱର ଓ ପୁରୀଠାରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଏହି ଡ୍ରୋନ୍ କ୍ୟାମେରା ରାଜ୍ୟ ସରକାର, ନୌସେନା ଓ ବିମାନବନ୍ଦରର ସାହାଯ୍ୟ ଓ ଅନୁମତି ପାଇଲାପରେ ଏହାର ଗତିବିଧିକୁ ନିୟନ୍ତ୍ରଣ କରାଯାଇପାରିବ । ସେମାନେ ଯେତେ ଅଧିକ ସୁବିଧାପ୍ରଦ ଉଚ୍ଚତାରୁ ଟ୍ରାକ୍‌ର ଯାତାୟତକୁ ଉତ୍ତୋଳନ କରିପାରିବେ । ପ୍ରଥମତଃ କମ୍ୟୁନିକେସନ ଲିଙ୍କ୍ ହାରାହାରି ୨ କିଲୋମିଟର ରହିବ ଯାହା ଫଳରେ ଇମେଜ୍ ଓ ଭିଡିଓ ଅପରେଟର ନିକଟରେ ପହଞ୍ôଚପାରିବ ଏବଂ ସେ ତା\’ର ପରବର୍ତ୍ତି ପଦକ୍ଷେପ ନେଇପାରିବ । ଏହା ବ୍ୟତୀତ, ରିଅଲ୍ ଟାଇମ୍ ମନିଟରିଙ୍ଗ୍‌କୁ ଆମେ ଭବିଷ୍ୟତର ରେଫରେନ୍‌ସ ନିମନ୍ତେ ଭିଡିଓ ଲାଇବ୍ରେରୀ ସ୍ଥାପନ କରି ଡାଟାଗୁଡ଼ିକୁ ଷ୍ଟୋର୍ କରିରଖାଯାଇପାରିବ । ସେହି ସମୟରେ ମଧ୍ୟ ଡ୍ରୋନ୍‌ର ଅପରେଟର ସହ ରେଳ ସୁରକ୍ଷାବଳର ଯବାନଙ୍କୁ ନେଇ ମୋଟର କିମ୍ବା ପୁସ୍ ଟ୍ରଲିରେ ରେଳଶାଖା ଭିତରକୁ ଯାଇ ଆବଶ୍ୟକ ପଡ଼ିଲେ ସେ ଅଞ୍ଚଳକୁ ଉତ୍ତୋଳନ କରି ସଂଗେ ସଂଗେ କଣ୍ଟ୍ରୋଲ୍ ରୁମ୍‌କୁ ସୂଚନା ପଠାଇବେ ଏବଂ ସେହି ସୂଚନା ତୁରନ୍ତ ସ୍ଥାନୀୟ ପୋଲିସ୍‌କୁ ପଠାଯାଇପାରିବ ।

Leave A Reply

Your email address will not be published.