Latest Odisha News

BREAKING NEWS

ଦେଶରେ ୩ କୋଟି ପାର କଲା କରୋନା ସଂକ୍ରମଣ, ସୁସ୍ଥ ହେଲେଣି ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆକ୍ଟିଭ୍ କେସ୍ ଦ୍ରୁତ ଖସୁଛି । ଆଜି ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ପାର କରିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୮୪୮ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୮ହଜାର ୭୦୯କୁ ବୃଦ୍ଧି ପାଇଛି ।

BjdElectrycity

ଦେଶରେ କ୍ରମାଗତ ଖସୁଛି ଆକ୍ଟିଭ କେସ୍ । ୮୨ ଦିନ ପରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଆଜି ଦେଶରେ ୬ଲକ୍ଷ ୪୩ହଜାର ୧୯୪ ଆକ୍ଟିଭ୍ କେସ୍ ରହିଛି । ସଂକ୍ରମଣ କମୁଥିବା ବେଳେ ବଢୁଛି ସୁସ୍ଥହାର । ବର୍ତ୍ତମାନ ସୁଦ୍ଧା ଦେଶରେ ୯୬ ପ୍ରତିଶତ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।

୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୮ହଜାର ୮୧୭ ଆକ୍ରାନ୍ତ । କ୍ରମାଗତ ୪୨ ଦିନ ହେବ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ୨କୋଟି ୮୯ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି । ୨୪ ଘଣ୍ଟାରେ ଆଉ ୧୩ଶହ ୫୮ ଜଣଙ୍କର ଜୀବନ ନେଇଛି କରୋନା । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ରହିଛି ୩ଲକ୍ଷ ୯୦ହଜାର ୬୬୦ ।

ଆଜି ଦେଶରେ ପଜିଟିଭ୍ ହାର ରହିଛି ୨.୬୭ ପ୍ରତିଶତ । କ୍ରମାଗତ ୧୬ ଦିନ ହେବ ପଜିଟିଭିଟି ରେଟ୍ ୫ ପ୍ରତିଶତ ତଳେ ରହୁଛି । ଅଧିକ ଟେଷ୍ଟିଂ ହେଉଥିବା ବେଳେ ସଂକ୍ରମିତିଙ୍କ ସଂଖ୍ୟା ୫୦ ହଜାର କିମ୍ବା ତାଠୁ କମ୍ ରହୁଛି । ୨୪ ଘଣ୍ଟାରେ ଦେଶରେ ୧୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.