Latest Odisha News

ଦେଶରେ ୪୦ଟି ନୂଆ ଡେଲଟା ପ୍ଲସ୍ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୪୦ଟି ନୂଆ ଡେଲଟା ପ୍ଲସ୍ ମାମଲା ରିପୋର୍ଟ ହୋଇଛି। ଯାହାକୁ ସରକାରଙ୍କ ଦ୍ୱାରା “ଭାରିଆଣ୍ଟ ଅଫ୍ କନନ୍‌ସର୍ନ” ଭାବେ ଟ୍ୟାଗ୍ କରାଯାଇଛି।

ଗତକାଲି ଡେଲଟା ପ୍ଲସ୍ ମାମଲାରେ ବୃଦ୍ଧି ଯୋଗୁ ସରକାର ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶକୁ ଚେତାବନୀ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ୍, ଡେଲଟା ଷ୍ଟ୍ରେନ୍‌ର ନୂଆ ରୂପ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ୨୧ ଟି, ମଧ୍ୟପ୍ରଦେଶରେ ୬ ଟି, କେରଳରେ ୩ଟି, ତାମିଲନାଡୁରେ ୩ଟି, କର୍ଣ୍ଣାଟକରେ ୨ଟି ଏବଂ ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜାମ୍ମୁରେ ଗୋଟିଏ ଲେଖାଏ ମାମଲା ରହିଛି।

Leave A Reply

Your email address will not be published.