Latest Odisha News

BREAKING NEWS

ଅକ୍ଟୋବର ୧୫ରେ ହୋଇପାରେ ଭାରତ-ପାକ ବିଶ୍ୱକପ ମ୍ୟାଚ

ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି । ଆଇପିଏଲର ସମାପ୍ତି ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ । ରିପୋର୍ଟ ମୁତାବକ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ ଏହି ମେଗା ଇଭେଂଟ ଆୟୋଜିତ ହେବ । ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ତାରିଖରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ସେହିପରି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଖେଳା ଯାଇପାରେ । ଭାରତ ତାର ପ୍ରଥମ ମୁକାବିଲାରେ ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆକୁ ଭେଟିବ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ ।

ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଭାରତ ଗସ୍ତରେ ଆସିବାକୁ ରାଜି ହୋଇଛି । ତେବେ କାର୍ଯ୍ୟସୂଚୀ ନେଇ ପାକିସ୍ତାନ ଚିନ୍ତିତ ଅଛି । ପିସିବି ଅହମ୍ମଦାବାଦରେ ଭାରତ ବିପକ୍ଷରେ ଖେଳିବା ପାଇଁ ରାଜି ହୋଇନି । ତେବେ ଏଠାରେ ଫାଇନାଲ ଖେଳିବାରେ କୌଣସି ଅସୁବିଧା ନାହିଁ ପିସିବି ମୂଖ୍ୟ ନଜାମ ସେଠୀ କହିଛନ୍ତି । ପାକିସ୍ତାନର ଅଧିକାଂଶ ମ୍ୟାଚ ଦକ୍ଷିଣ ଭାରତରେ ଆୟୋଜିତ ହେବ ।

୧୦ଟି ଟିମ ମଧ୍ୟରେ ଓଭରାଲ ୪୮ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମୂଖ୍ୟ ଡ୍ରରେ ରହିଛନ୍ତି । ଅନ୍ତିମ ୨ଟି ସ୍ଥାନ ପାଇଁ ଜିମ୍ବାୱେ କ୍ୱାଲିଫାଇଂ ମୁକାବିଲା ଆୟୋଜିତ ହେବ । ଏଥିରେ ପୂର୍ବତନ ଚାମ୍ପିୟନ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବ୍ୟତୀତ ନେଦରଲାଣ୍ଡ, ଆୟର୍ଲାଣ୍ଡ, ନେପାଳ, ଓମାନ, ସ୍କଟଲାଣ୍ଡ, ୟୁଏଇ ଓ ଜିମ୍ବାୱେ ରହିଛନ୍ତି ।

Leave A Reply

Your email address will not be published.