Latest Odisha News

BREAKING NEWS

ଜନଜାତିଙ୍କ ଅଦ୍ଭୁତ ପାଦ: ଦେଖିବାକୁ ଠିକ୍ କପୋତ ପରି

ତାଞ୍ଜାନିଆ: ଦୁନିଆରେ ଅନେକ ପ୍ରକାରର ଜନଜାତି ବାସ କରନ୍ତି । ସେମାନେ ସାଧାରଣ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିଥାନ୍ତିି । ଏହି ଜନଜାତିର ଜୀବନ ଶୈଳୀ, କଥାବାର୍ତ୍ତା, ଚାଲିଚଳନ ଓ ଖାଦ୍ୟପେୟ, ପୋଷାକ ସବୁ ଭିନ୍ନ । ଆଧୁନିକ ଯୁଗରେ ଯାହା ଘଟୁଛି, ଏହି ଲୋକମାନଙ୍କର ସେଥିପ୍ରତି କୌଣସି ସମ୍ପର୍କ ନ ଥାଏ । ଏପରି ଅନେକ ଜନଜାତି ମଧ୍ୟ ଅଛନ୍ତି, ଯେଉଁମାନେ ବାହାର ଲୋକଙ୍କୁ ପ୍ରବେଶ କରିବାକୁ ଦିଅନ୍ତି ନାହିଁ । ଯଦି ବାହାରେ କେହି ସେମାନଙ୍କ ନିକଟକୁ ଯିବାକୁ ଚେଷ୍ଟା କରନ୍ତି, ସେମାନେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ତଥାପି, କେତେକ ଜନଜାତି ବନ୍ଧୁତ୍ୱପୂର୍ଣ୍ଣ ହେବା ସହ ବର୍ତ୍ତମାନ ପରିବର୍ତ୍ତନକୁ ଗ୍ରହଣ କରୁଛନ୍ତି । ଏପରି ଏକ ଜନଜାତି ହେଉଛି ‘ଭୋଡୋମା’ ଜନଜାତି ।

ତାଞ୍ଜାନିଆର ଉତ୍ତରରେ ରୁହନ୍ତି ଭୋଡୋମା ଜନଜାତି । ଏହି ଜନଜାତି ଲୋକଙ୍କର ପାଦ ସାଧାରଣ ଜନଜାତିଙ୍କଠାରୁ ପୂରା ଭିନ୍ନ । ତାଙ୍କ ପାଦ ଦେଖିବାକୁ ବହୁତ ଅଦ୍ଭୁତ । ସେମାନଙ୍କ ପାଦ ଠିକ୍ କପୋତ ପରି ଦେଖାଯାଏ । ଏହି ଜନଜାତିର ପାଦ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକମାନଙ୍କର ସୁଅ ଛୁଟିଥାଏ । ଆମ ପାଦରେ ୫ଟି ଆଙ୍ଗୁଠି ଥିବାବେଳେ ସେମାନଙ୍କ ପାଦ ଦୁଇ ଭାଗ ହୋଇ ଆଙ୍ଗୁଠି ମୋଡ଼ି ହୋଇଯାଇଛି । ଏଭଳି ଅଦ୍ଭୁଦ ପାଦ ପଛରେ କ’ଣ କାରଣ ରହିଛି, ତାହା ଉପରେ ବୈଜ୍ଞାନିକ ସମ୍ମତ ତଥ୍ୟ ନାହିଁ । ତେବେ ସ୍ଥାନୀୟ ଅଞ୍ଚଳର କିଛି ଗବେଷକଙ୍କ ମତରେ , ଏହି ସ୍ଥାନଟି ସମ୍ପୂର୍ଣ୍ଣ ପଥରରେ ପରିପୂର୍ଣ୍ଣ । ଦୈନିକ ଏଠାକାର ଲୋକଙ୍କୁ ନିଜର ଆବଶ୍ୟକତା ପାଇଁ ବାରମ୍ବାର ପାହାଡ ଉପରକୁ ଯିବାଆସିବା କରିବାକୁ ପଡିଥାଏ । ସେମାନେ ଏପରି ପାଦରେ ଅତି ଆରାମରେ ତଳ ଉପର ହୋଇପାରନ୍ତି । ଯଦି ତାଙ୍କ ଗୋଡ ସ୍ୱାଭାବିକ ହୋଇଥାନ୍ତା, ତେବେ ତାଙ୍କୁ ପାହାଡ଼ ଚଢିବାରେ ଅସୁବିଧା ହୋଇଥାନ୍ତା । ଏପରି ପାଦ ଯୋଗୁ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ ।

ଭୋଡୋମା ଜନଜାତିମାନେ ସେମାନଙ୍କର ଅଦ୍ଭୁତ ପାଦ ପାଇଁ ବେଶ୍ ଜଣାଶୁଣା । ଏହା ବ୍ୟତୀତ ସେମାନଙ୍କର ସଂସ୍କୃତି ମଧ୍ୟ ପୂରା ଭିନ୍ନ । ସେମାନଙ୍କର ସଙ୍ଗୀତ ଏବଂ ନୃତ୍ୟ ମଧ୍ୟ ବହୁତ ଅଲଗା । ଯେତେବେଳେ କୌଣସି କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହୋଇଥାଏ, ସେମାନେ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତି । ପରେ ସମସ୍ତେ ମିଶିକରି ଗୀତ ଗାଇ ନୃତ୍ୟ କରି ଉପଭୋଗ କରିଥାନ୍ତି । ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଯେ, ଭଗବାନ କିପରି ସେହି ସ୍ଥାନ ସହିତ ଖାପ ଖୁଆଇବା ପାଇଁ ଲୋକଙ୍କ ବୈଶିଷ୍ଟ୍ୟ ପରିବର୍ତ୍ତନ କରନ୍ତି ।

Leave A Reply

Your email address will not be published.