ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପ୍ରଥମ ଟେଷ୍ଟକୁ ବୃହତ ବ୍ୟବଧାନରେ ଜିତିଛି । ଯଶସ୍ୱୀ ଜୈସୱାଲ ଓ ଅଧିନାୟକ ଯଶପ୍ରୀତ ବୁମରାହ ପ୍ରଦର୍ଶନ ଭାରତ ବିଜୟରେ ମୂଖ୍ୟ କାରଣ ସାଜିଥିଲା । ଆସନ୍ତୁ ନଜର ପକାଇବା କେଉଁ କାରଣ ଯୋଗୁ ଭାରତ ଏହି ମ୍ୟାଚକୁ ଜିତିଥିଲା ।
ପ୍ରଥମେ ବ୍ୟାଟିଂ ନିଷ୍ପତି: ଯଶପ୍ରୀତ ବୁମରାହ ଟସ ଜିତି ପ୍ରଥମେ ବ୍ୟାଟିଂ ନେବା ନିଷ୍ପତି ଭାରତକୁ ଫାଇଦାରେ ରଖିଥିଲା । ପିଚରେ ଅଧିକ ଘାସ ଥିଲେ ମଧ୍ୟ ବୁମରାହ ଫିଲ୍ଡିଂ ବଦଳରେ ବ୍ୟାଟିଂ କରିବା ପାଇଁ ସ୍ଥିର କରିଥିଲେ ।
ବୋଲର୍ସଙ୍କ ଚମତ୍କାର ପ୍ରଦର୍ଶନ: ପ୍ରଥମେ ବ୍ୟାଟିଂ କରି ଭାରତ ୧୫୦ ରନରେ ଅଲଆଉଟ ହୋଇ ଯାଇଥିଲା । ଜବାବରେ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇ ବ୍ୟାକଫୁଟକୁ ଯାଇଥିଲା ।
ଭଲ ବ୍ୟାଟିଂ ପ୍ରଦର୍ଶନ: ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନ ପିଚ ଖେଳିବା ଉପଯୋଗୀ ହୋଇଥିଲା । ଯାହାର ଫାଇଦା ଯଶସ୍ୱୀ ଜୈସୱାଲ ଓ କେଏଲ ରାହୁଲ ଉଠାଇଥିଲେ । ପରେ ବିରାଟ କୋହଲି ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ଯଶସ୍ୱୀ ଓ କୋହଲି ଶତକ ହାସଲ କରିଥିଲେ ।
ରାହୁଲ, ପନ୍ତ, ରେଡ୍ଡୀଙ୍କ ମ୍ୟାଚ ଉପଯୋଗୀ ଇନିଂସ: ପ୍ରଥମ ଦିନ ଭାରତର କେଏଲ ରାହୁଲ, ରିଷଭ ପନ୍ତ ଓ ନୀତିଶ ରେଡ୍ଡୀ ମ୍ୟାଚ ଉପଯୋଗୀ ଇନିଂସ ଖେଳିଥିଲେ । ପନ୍ତ ୩୭, ନୀତିଶ ୪୧ ଓ ରାହୁଲ ୨୬ ରନ କରିଥିଲେ ।