ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଅଛି । ସେଠାରେ ପ୍ରଭାବୀ ପ୍ରଦର୍ଶନ କରି ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି । ଚାମ୍ପିୟନ୍ସ ଟ୍ରଫି ପରେ ଭାରତରେ ଆଇପିଏଲ ଆରମ୍ଭ ହେବ । ଆଗକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳାଯିବାକୁ ଥିବାରୁ ବିସିସିଆଇ କେତେକ କଠୋର ନିଷ୍ପତି ନେବାକୁ ଯାଉଛି । ଆଇପିଏଲ ପରେ ଭାରତ ପୂର୍ବରୁ ଖେଳିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିପାରି ନାହିଁ । ଏହାକୁ ଦେଖି ଆଇପିଏଲ ଖେଳୁଥିବା ବେଳେ ଭାରତୀୟ ଖେଳାଳିମାନଙ୍କୁ ନାଲି ବଲରେ ମଧ୍ୟ ଅଭ୍ୟାସ ଜାରୀ ରଖିବାକୁ କୁହାଯାଇଛି । ଅବଶ୍ୟ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ ।
ଆଇପିଏଲ ୨୨ ମାର୍ଚ୍ଚରୁ ମେ ୨୫ ପର୍ଯ୍ୟନ୍ତ ଖେଳାଯିବ । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହେବ । ୨୦୧୧ ଆଇପିଏଲ ପରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଟିମ ୦-୪ରେ ସିରିଜ ହାରିଥିଲା । ସେହିପରି ୨୦୧୮ରେ ମଧ୍ୟ ୧-୪ରେ ପରାଜିତ ହୋଇଥିଲା । ୨୦୨୧ରେ ଅବଶ୍ୟ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ୨-୨ ସମାନ ସ୍ଥିତିରେ ରହିଥିଲା । ଏବେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଭାରତ ସତର୍କ ରହିଛି ।
Comments are closed.