ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ଠାରୁ ଛାଡପତ୍ରର ଅନ୍ତିମ ପର୍ଯ୍ୟାୟରେ ଥିବା ନେଇ ଚର୍ଚ୍ଚା ହେଉଛି। ଦୁହେଁ ସେମାନଙ୍କର ୩୭ ବର୍ଷର ବୈବାହିକ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ତେବେ ଏନେଇ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା କହିଛନ୍ତି, ପରିବାର ସଦସ୍ୟଙ୍କ କିଛି ବୟାନ ଯୋଗୁଁ ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ସମସ୍ୟା ଚାଲିଛି। କିନ୍ତୁ ଏହାଠାରୁ ଅଧିକ କିଛି ନାହିଁ।
ଅପରପକ୍ଷରେ ଗୋବିନ୍ଦା କହିଛନ୍ତି ଯେ କେବଳ ବ୍ୟବସାୟ ସମ୍ବନ୍ଧୀୟ ଆଲୋଚନା ଚାଲିଛି। ମୁଁ ଏବେ ଫିଲ୍ମ ଆରମ୍ଭ କରିବାରେ ବ୍ୟସ୍ତ ଅଛି।
ରିପୋର୍ଟ ଅନୁଯାୟୀ, ଜଣେ ୩୦ ବର୍ଷୀୟ ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଗୁଜବ ଚାଲିଛି। ଯଦିଓ ଏନେଇ ଆଧିକାରିକ ଭାବେ ସୂଚନା ମିଳିନାହିଁ।
ଅଧିକ ପଢନ୍ତୁ- ଦୀର୍ଘ ୩୭ ବର୍ଷ ପରେ ଗୋବିନ୍ଦାଙ୍କ ଠୁ ଅଲଗା ହେବେକି ସୁନିତା…
Comments are closed.