Latest Odisha News

BREAKING NEWS

ବଢିବ ନୌସେନା ଶକ୍ତି: ଫ୍ରାନ୍ସ ଠାରୁ ୨୬ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ବଢିବ ନୌସେନା ଶକ୍ତି। ଫ୍ରାନ୍ସ ଠାରୁ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ। ଏଥିପାଇଁ କଥାବାର୍ତ୍ତା ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି। ନୌସେନା ଦିବସ ଅବସରରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ତ୍ରିପାଠୀ କହିଛନ୍ତି ଯେ ଏନେଇ କ୍ୟାବିନେଟ ସୁରକ୍ଷା କମିଟି ସହି ଆଲୋଚନା ଜାରି ରହିଛି। ଜାନୁଆରୀରେ ଏନେଇ ସମାଧାନ ହେବ।

ନୌସେନା ମୁଖ୍ୟ କହିଛନ୍ତି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ୯୬ଟି ଜାହାଜ ଏବଂ ବୁଡ଼ାଜାହାଜ ଭାରତୀୟ ନୌସେନାରେ ପ୍ରବେଶ କରିବ। ବର୍ତ୍ତମାନ ୬୨ଟି ଜାହାଜ ଏବଂ ଗୋଟିଏ ବୁଡ଼ାଜାହାଜ ନିର୍ମାଣ ଚାଲିଛି। ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପ୍ରତି ମାସରେ ଗୋଟିଏ ଜାହାଜ ନୌସେନାର ଜାହାଜରେ ଅନ୍ତର୍ଭୁକ୍ତ ହେବ।

ଯେହେତୁ ଦୁଇ ଦେଶର ସରକାରୀ ସ୍ତରରେ ଏହି ଆଲୋଚନା ହୋଇଛି ତେଣୁ ଏଥିରେ ବେଶି ସମୟ ଲାଗିବ ନାହିଁ। ବହୁ ମୁଲଚାଲ ପରେ ବିମାନ ଦାମ କମାଇବାକୁ ଫ୍ରାନ୍ସ ସରକାର ରାଜି ହୋଇଛନ୍ତି। ୨୦୧୬ରେ ହୋଇଥିବା ଡିଲ୍ ଆଧାରରେ ୨୬ଟି ସାମୁଦ୍ରିକ ଯୁଦ୍ଧ ବିମାନ କିଣାଯିବ ବୋଲି ନୌସେନା ମୁଖ୍ୟ କହିଛନ୍ତି।

ଯେମିତି ଭାରତୀୟ ମିସାଇଲ୍ ଏଥିରେ ମାଡ଼ କରାଯାଇପାରିବ ସେହିଭଳି ଡିଜାଇନ୍ କରିବାକୁ ଭାରତ ଫ୍ରାନ୍ସକୁ ଅନୁରୋଧ କରିଛି। ଅନ୍ୟପଟେ ପାକିସ୍ତାନ ମଧ୍ୟ ନୌସେନା ଶକ୍ତି ବଢ଼ାଉଛି। ତେଣୁ ଭାରତ ସଜାଗ ରହିଛି। ପଡ଼ୋଶୀର କୌଣସି ବି ଆକ୍ରମଣର ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି ତ୍ରିପାଠୀ କହିଛନ୍ତି।

Comments are closed.