Latest Odisha News

India Post Revenue: ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଲାଭକାରୀ ସଂସ୍ଥା ହେବ ଭାରତୀୟ ଡାକ। ପ୍ରଥମ ତିନି ଚଉଠରେ ରାଜସ୍ବ ୮.୨% ବୃଦ୍ଧି ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ଚଉଠରେ ଭାରତୀୟ ଡାକର ଲାଭ ୮.୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷର ତୃତୀୟ ଚଉଠ ଶେଷ ସୁଦ୍ଧା ଏହା ୧୦,୧୫୫ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ଭାରତୀୟ ଡାକର ଲାଭ ପରିମାଣ ୯,୩୮୫ କୋଟି ଟଙ୍କା ଥିଲା।

ସ୍ବଳ୍ପ ସଂଚୟ ପରିମାଣରେ ବୃଦ୍ଧି ଭାରତୀୟ ଡାକର ଲାଭକୁ ପ୍ରଭାବିତ କରିଥିବା କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଡାକ ବିଭାଗର ବ୍ୟବସାୟ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଶ୍ରୀ ସିନ୍ଧିଆ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି। ଏଭଳି ଉତ୍ସାହଜନକ ପ୍ରଦର୍ଶନକୁ ନେଇ ଭାରତୀୟ ଡାକ ଆସନ୍ତା ତିନି ଚାରି ବର୍ଷ ମଧ୍ୟରେ ଏକ ଲାଗଜନକ ସଂସ୍ଥାରେ ପରିଣତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସ୍ବଳ୍ପ ସଂଚୟ ପ୍ରଥମ ତିନ ଚଉଠରେ ଉତ୍ସାହନଜନକ ରହିଥିବାବେଳେ ଏଥିରେ ସର୍ବାଗ୍ରେ ରହିଛି କର୍ଣ୍ଣାଟକ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଭାରତୀୟ ଡାକର ରାଜସ୍ବ ୧୭,୫୪୬ କୋଟି ଟଙ୍କାରେ ପହଞ୍ଚିବା ଆଶା କରାଯାଉଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୧୩,୨୪୦ କୋଟି ଟଙ୍କା ଥିଲା।

Comments are closed.