Latest Odisha News

BREAKING NEWS

ମଙ୍କି ପକ୍ସ ନେଇ ହସ୍ପିଟାଲ ଓ ଏୟାରପୋର୍ଟକୁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ମଙ୍କି ପକ୍ସ ଭାଇରସ୍ ନେଇ ଏବେ ସାରା ଦୁନିଆରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ମଙ୍କି ପକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ଏୟାରପୋର୍ଟ ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି । ହସ୍ପିଟାଲ ଗୁଡ଼ିକୁ ଜରୁରୀକାଳୀନ ୱାର୍ଡ ପ୍ରସ୍ତୁତ ରଖିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିବା ଜଣାପଡ଼ିଛି ।

ଏୟାପୋର୍ଟ ଗୁଡ଼ିକୁ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

ଖବର ମୁତାବକ, ଯେଉଁ ବ୍ୟକ୍ତି ଦେହରେ ନାଲି ନେଳି ଫିଳିଯାଉଥିବ ସେମାନଙ୍କୁ ଚିକ୍ନଟ କରିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ହସ୍ପିଟାଲ ଗୁଡ଼ିକୁ କୁହାଯାଇଛି । ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବାକୁ ପରାମର୍ଶ ଦିଆଯାଇଛି । ସନ୍ଦିଗ୍ଧ ଆକ୍ରାନ୍ତମାନଙ୍କର ଆରଟି ପିସିଆର ଓ ସ୍ୱାବ ଟେଷ୍ଟ କରାଯିବ ।

ଏନେଇ ଦିଲ୍ଲୀର ଲେଡୀ ହାର୍ଡିଙ୍ଗେ ମେଡିକାଲ କଲେଜ, ରାମ ମନୋହର ଲୋହିଆ ଓ ସଫଦର୍ଜଙ୍ଗ ହସ୍ପିଟାଲକୁ ନୋଡାଲ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି ।

Comments are closed.