Latest Odisha News

BREAKING NEWS

ବିଷାକ୍ତ କଫ୍ ସିରପରେ ଶିଶୁ ମୃତ୍ୟୁ ଘଟଣା; ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଗଷ୍ଟ ଶେଷ ପରଠାରୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ରାଜ୍ୟରେ ପାଞ୍ଚ ବର୍ଷରୁ କମ୍ ବୟସର ୯ ଶିଶୁଙ୍କ ମୃତ୍ୟୁ ପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ପଛରେ ବିଷାକ୍ତ କଫ୍ ସିରପ୍ ଦାୟୀ କି ନାହିଁ ସେନେଇ ତଦନ୍ତ କରିବେ କର୍ତୁପକ୍ଷ।

ଔଷଧର ଏକ ବ୍ୟାଚ୍‌ରେ ବିପଜ୍ଜନକ ସ୍ତରର ବିଷାକ୍ତ ରାସାୟନିକ ପଦାର୍ଥ ଥିବା ଜଣାପଡ଼ିବା ପରେ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

ମନ୍ତ୍ରଣାଳୟ କହିଛି ଯେ ଦକ୍ଷିଣ ରାଜ୍ୟ ତାମିଲନାଡୁରେ ସ୍ରେସାନ୍ ଫାର୍ମା ଦ୍ୱାରା ନିର୍ମିତ କୋଲଡ୍ରିଫ୍ କଫ୍ ସିରପ୍ ନମୁନା ପରୀକ୍ଷା କରାଯାଇଥିଲା। ଏବଂ ଏଥିରେ ଆବଶ୍ୟକତା ଠାରୁ ଅଧିକ ଡାଇଥାଇଲିନ୍ ଗ୍ଲାଇକଲ୍ (DEG) ରହିଥିବା ଜଣାପଡିଛି।

Comments are closed.