Latest Odisha News

ଆମ୍ବ ଉତ୍ପାଦନରେ ସମଗ୍ର ବିଶ୍ୱରେ ଭାରତ ପ୍ରଥମ ଚୀନ୍‌ ଦ୍ୱିତୀୟ

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆସିଲା ମାତ୍ରେ ଆମ୍ବର ମଜା ନେବାକୁ ସମସ୍ତେ ଚାହିଁ ବସିଥାନ୍ତି। କାରଣ ଖରାଦିନେ ଚାରିଆଡେ ଖୋଲିଯାଇଥାଏ ଆମ୍ବର ପସରା। ବଜାରରେ ବିଭନ୍ନ ରକମର ଆମ୍ବ ଦେଖିବାକୁ ମିଳିଥାଏ। ସେ ଦେଶୀ ହେଉ କି ବିଦେଶୀ ଚାହିଦା ସବୁର ଅଧିକ। କିନ୍ତୁ ଆପଣ ଜାଣନ୍ତି କି ଆମ୍ବ ଉତ୍ପାଦନରେ ଭାରତ ବିଶ୍ୱରେ ପ୍ରଥମ। ଅର୍ଥାତ୍‌ ଭାରତ ବିଶ୍ୱରେ ସର୍ବାଧିକ ଆମ୍ବ ଉତ୍ପାଦନ କରେ।

ଭାରତକୁ ଆମ୍ବର ଜନ୍ମସ୍ଥାନ ବୋଲି କୁହାଯାଏ। ଯାହା ପ୍ରାୟ ୪୦୦୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା। ସେହି ଦିନଠାରୁ ଆଜି ଯାଏ ବିଶ୍ୱର କୋଣ ଅନୁକୋଣରେ ଭାରତୀୟ ଆମ୍ବର ଚାହିଦା ରହିଛି।

ଭାରତରେ ମିଳୁଥିବା ସାଧାରଣ ଆମ୍ବ ହେଉଛି ଦଶେହରି, ଚାଉସା ଏବଂ ଆଲପୋନସୋ, ଯାହାର ଚାହିଦା ପାଶ୍ଚାତ୍ୟ ଦେଶଗୁଡିକର ମଧ୍ୟ ଦେଖିବାକୁ ମିଳେ।

ଆମ୍ବ ଉତ୍ପାଦନ ପାଇଁ ଭାରତ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍‌।

ପରିସଂଖ୍ୟାନ ଅନୁଯାୟୀ, ସମଗ୍ର ବିଶ୍ୱରେ ଉତ୍ପାଦିତ ପାଞ୍ଚ କୋଟି ଟନ୍ ଆମ୍ବ ମଧ୍ୟରୁ ଭାରତ ପ୍ରାୟ ଦୁଇ କୋଟି ଟନ୍ ଆମ୍ବ ଉତ୍ପାଦନ କରିଥାଏ।

ଏପରିକି ଚୀନ୍ ପଚାଶ ଲକ୍ଷ ଟନ୍ ଆମ୍ବ ଉତ୍ପାଦନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

Comments are closed.